BREAKING
Loading...
:

ଜାତୀୟ ବକ୍ସିଂ ପ୍ରତିଯୋଗିତା ରେ ବ୍ରହ୍ମପୁର ର ଅମନ ପାଢ଼ୀ 2ୟ ରାଉଣ୍ଡ ରେ ପହଁଚିଲେ

 *ଜାତୀୟ ବକ୍ସିଂ ପ୍ରତିଯୋଗିତା ରେ ବ୍ରହ୍ମପୁର ର ଅମନ ପାଢ଼ୀ 2ୟ ରାଉଣ୍ଡ ରେ ପହଁଚିଲେ*

ବ୍ରହ୍ମପୁର  (ମଣିଭଦ୍ରା ଖବର) ଉତ୍ତରପ୍ରଦେଶ ର ବରେଲି ଠାରେ ଆୟୋଜିତ ହେଉଥିବା 8ମ ଇଲାଇଟ ପୁରୁଷ ସିନିଅର ଜାତୀୟ ବକ୍ସିଂ ଚାମ୍ପିୟନଶିପ ପ୍ରତିଯୋଗିତା ରେ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ବ୍ରହ୍ମପୁର ର ଅମନ ପାଢୀଙ୍କୁ ସଫଳତା ମିଳିଛି  l  ସେ ତାଙ୍କ 1ମ ମେଚ ରେ ତାମିଲନାଡୁ ର ମୁତାମିଜ ସେଲଭନ ଡି ଙ୍କୁ 3 ରାଉଣ୍ଡ ଖେଳରେ 5 - 0 ପଏଣ୍ଟ ବ୍ୟବଧାନ ରେ ସିଧାସଳଖ ପରାସ୍ତ କରି 2ୟ ରାଉଣ୍ଡ କୁ ଉନ୍ନୀତ ହୋଇଛନ୍ତି  l  କୋଚ ଶିଶିର କୁମାର ପାଣିଗ୍ରାହୀ ଏବଂ ଶିବରାମ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପ୍ରଶିକ୍ଷଣ ନେଉଥିବା ଏହି ଯୁବ ବକ୍ସର ଙ୍କ ଏହି ସଫଳତା ରେ ଗଞ୍ଜାମ ଜିଲ୍ଲା କ୍ରୀଡ଼ାପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳି ଉଠିଛି  l ଗଞ୍ଜାମ ଜିଲ୍ଲା ବକ୍ସିଂ ସଙ୍ଘର ସମସ୍ତ କର୍ମକର୍ତା ଏବଂ କ୍ରୀଡ଼ାବିତ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା 2ୟ ରାଉଣ୍ଡରେ ଓଡିଶା ବକ୍ସର ଅମନ ପାଢ଼ୀ ହରିଆଣା ବକ୍ସର ଯୁବରାଜଙ୍କୁ ଭେଟିବେ  l ନିଜ ଖେଳ  ଉପରେ ପୁର୍ଣ ମନନିବେଶ କରି ଆସନ୍ତା ମେଚ ଗୁଡିକରେ ଉନ୍ନତ ଖେଳ ପ୍ରଦର୍ଶନ ପୂର୍ବକ ପଦକ ଜିତିବା ଲକ୍ଷ୍ୟ ରଖିଛନ୍ତି ଏହି 85 କିଲୋ ବର୍ଗରେ ଖେଳୁଥିବା ବକ୍ସର  l

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS