BREAKING
Loading...
:

କବି ଅନନ୍ତ ପଟ୍ଟନାୟକ ଙ୍କ ସ୍ମୃତିରେ ଆଲୋଚନା ସଭା

 କବି ଅନନ୍ତ ପଟ୍ଟନାୟକ ଙ୍କ ସ୍ମୃତିରେ ଆଲୋଚନା ସଭା

ବାଲିପାଟଣା (ମଣିଭଦ୍ରା ଖବର) ବାଲିପାଟଣା ଅନ୍ତର୍ଗତ ଦୁର୍ଗାମାଧବ କଲ୍ୟାଣ ମଣ୍ଡପ ଠାରେ ଆଜି ଅପରାହ୍ନରେ ଏ ମାଟିର ବରପୁତ୍ର ଶିଶୁ ସାହିତ୍ୟିକ ଏକାଡେମୀ ପୁରସ୍କାର ପ୍ରାପ୍ତ ସ୍ବର୍ଗତ ଅନନ୍ତ ଚରଣ ପଟ୍ଟନାୟକ ଙ୍କ ଏକ ସ୍ମୃତିସଭା ସାହିତ୍ୟ ଏକାଡେମୀ ତରଫରୁ ଆୟୋଜିତ ହୋଇଯାଇଛି। ପ୍ରାଚୀ ଧାରା ସହଯୋଗ ରେ ଓ କବି ଫନୀ ମହାନ୍ତି ଙ୍କ ସଭାପତିତ୍ବ ରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଓ ଲେଖକ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟ ଅତିଥି,ଅଧ୍ୟାପକ ଭବାନୀ ଶଙ୍କର ଦାଶ ମୁଖ୍ୟ ବକ୍ତା, ପ୍ରାଚିଧାରା ର ସମ୍ପାଦକ ଭଗବାନ ସାହୁ,ସାହିତ୍ୟ ଏକାଡେମି ପକ୍ଷରୁ ଚିନ୍ମୟ ସାହୁ,ଇଞ୍ଜିନିୟର କାମିନୀ କାନ୍ତ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ପ୍ରାରମ୍ଭରେ କବି ଅଭିମନ୍ୟୁ ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସର ରେ ଏହି ଅଞ୍ଚଳର ଜଣେ ପ୍ରତିଷ୍ଠିତ ପ୍ରଶାସକ ତଥା ଇଞ୍ଜିନିୟର ସରୋଜ କୁମାର ମହାପାତ୍ର ଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଜୟଦେବ ମାଟି ଏକ ପ୍ରତିଭା ପରିପୂର୍ଣ୍ଣ ଅଞ୍ଚଳ।ଏହାର ପ୍ରତି ଧୂଳିକଣା ପବିତ୍ର।ଅନନ୍ତ ପଟ୍ଟନାୟକ ପରି ଜଣେ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିତ୍ୱ ଙ୍କୁ ଓଡ଼ିଶାରେ ଯଥାର୍ଥ ସମ୍ମାନ ଦେବାକୁ ପ୍ରୟାସ ହେବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଶ୍ରୀ ଶତପଥୀ କହିଥିଲେ।ମୁଖ୍ୟ ବକ୍ତା ଶ୍ରୀ ଦାସ ତାଙ୍କର ସାହିତ୍ୟ କୃତିର ସମୀକ୍ଷା କରିଥିଲେ। ଲେଖକ ଶରତ ଦାସ ନିଜର ଅନଭୂତି ବର୍ଣ୍ଣନା ଓ କବି ବିପିନ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS