ବୈଦ୍ୟେଶ୍ୱର ଆଶ୍ରମ ବିଦ୍ୟାଳୟ ବାର୍ଷିକ ଉତ୍ସବ
ବାଙ୍କି (ମାନସ ରଞ୍ଜନ ସାହୁ) ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ l ସହ ଶିକ୍ଷୟତ୍ରୀ ଅଞ୍ଜଳି ବେହେରାଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ମନୋଜ କୁମାର ଦଳେଇ ଅଧକ୍ଷତା କରିଥିଲେ l ଉକ୍ତ ଉତ୍ସବରେ ଅତିରିକ୍ତ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ବିଜୟାନନ୍ଦ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ 34ନଂ ଜୋନ ଜିଲ୍ଲା ପରିଷଦ ଅଧକ୍ଷା ରଶ୍ମିତା ସାହୁ ବୈଦ୍ୟେଶ୍ୱର ଆଶ୍ରମ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ପରିଣତ କରିବା ସହ ବାହାର ଜିଲ୍ଲାରୁ ଆସୁଥିବା ଛାତ୍ରୀମାନେ ଏଠାରେ ପାଠ ପଢି ଗାଁରେ ସୁବିଧା ନଥିବାରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି l ସେଥିପାଇଁ ଏଠାରେ ପରିବେଶ ଅନୁକୂଳ ଥିବାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ପ୍ରତିଶୃତି ଦେଇଥିଲେ l ସମ୍ମାନିତ ଅତିଥି ଭାବେ କବି ରବିନାରାୟଣ ମଙ୍ଗରାଜ, ସମିତିସଭ୍ୟ ମହେଶ୍ୱର ରଣା, ବୈଦ୍ୟେଶ୍ୱର ସାଧନ କେନ୍ଦ୍ରର ସଂଯୋଜକ ଭରତ ଚନ୍ଦ୍ର ସାହୁ, ପରିଚାଳନା କମିଟି ସଭ୍ୟା ଲିଲି ଦେହୁରୀ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ପାଇଁ ରୋଷେଇ ଘର, ଡାଇନିଂ ଏବଂ ପରିସ୍ରାଗାର ଗୃହ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅନୁରୋଧ କରିଥିଲେ l ମାଟ୍ରର୍ଣ୍ଣ ଶିକ୍ଷୟତ୍ରୀ ନିରୁପମା ଦେଇ ମଞ୍ଚ ପରିଚାଳନା କରିଥିବାବେଳେ ସହ ଶିକ୍ଷୟତ୍ରୀ ବର୍ଷା ରାଣୀ ସାହୁ, ରଞ୍ଜୁଵାଲା ତ୍ରିପାଠୀ, ଜଲ୍ଲୀ ରାଉତରାୟ ସହଯୋଗ କରିଥିଲେ l ପ୍ରଧାନ ଶିକ୍ଷକ ମନୋଜ କୁମାର ଦଳେଇ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇ ଆବାସିକ ଛାତ୍ର /ଛାତ୍ରୀ ମାନଙ୍କ ଦ୍ୱାରା ସଂସୃତିକ କାର୍ଯ୍ୟକ୍ରମ ପର୍ୟ୍ଯବେଷଣା କରାଯାଇଥିଲା l
إرسال تعليق