BREAKING
Loading...
:

ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପୃଷ୍ଟି ମେମୋରିଆଲ ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ

 ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପୃଷ୍ଟି ମେମୋରିଆଲ ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ 

ଗଣିଆ (ମଣିଭଦ୍ରା ଖବର) ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ପୃଷ୍ଟି ମେମୋରିଆଲ ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାଗିରଥି ଜାନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଖେଳ ଶିକ୍ଷକ ଭାବଗ୍ରାହୀ ସ୍ବାଇଁ ଉପସ୍ଥିତ ଥିଲେ । ଶିକ୍ଷକ ଦୀପକ କୁମାର କୁଅଁର ମଞ୍ଚ ପରିଚାଳନା କରିଥିଲେ । ଛାତ୍ର ଛାତ୍ରୀ ମାନେ ପାଠପଢ଼ା ସହିତ କ୍ରିଡାକୁ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ମତ ଦେଇଥିଲେ । 

ଏପରିକି ଜଣେ ଭଲ କ୍ରିଡାବିତ୍ ଭାବେ ନିଜ ବିଦ୍ୟାଳୟ ତଥା ରାଜ୍ୟର ନାଁ ରଖିବାକୁ ସେ ପିଲାମାନଙ୍କୁ ପ୍ରତିଶୃତି ଦେଇଥିଲେ । ପିଲାମାନଙ୍କ ମଧ୍ୟରେ ଦୈାଡ, ଲମ୍ବା ଡିଆଁ, ଉଚ୍ଚ ଡିଆଁ,ସଟ୍ ପୁଟ, ମ୍ୟୁଜିକ ଚେୟାର ଆଦି କ୍ରିଡ଼ା ଅନୁଷ୍ଠିତ ହୋଇଥିଲା । ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ବୁଧବାର ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ହେବ ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାଗିରଥି ଜାନି ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ  ସଂପୂର୍ଣ୍ଣ ସହଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS