👉🏽👉🏽୨୪ରେ ଲଞ୍ଚ ହେବ ପିଏମ୍ ଆବାସ ପୋର୍ଟାଲ୍, ଅଫଲାଇନ୍ ଏବଂ ଅନଲାଇନ୍ରେ କରିପାରିବେ ଆବେଦନ
କଟକ (ମଣିଭଦ୍ରା ଖବର) ୨୪ରୁ ଆବାସ ସର୍ଭେ। ବିଧିବଦ୍ଧ ଭାବେ ପୋର୍ଟାଲ ଲଞ୍ଚ କରିବେ ରାଜ୍ୟ ସରକାର। ଉଭୟ ଅଫଲାଇନ୍ ଏବଂ ଅନଲାଇନ୍ ଆବେଦନ କରିପାରିବେ ହିତାଧିକାରୀ। ଦେଢରୁ ୨ ମାସ ଯାଏଁ ସର୍ଭେ ଚାଲିବ। ଏଥିପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।
ମନ୍ତ୍ରୀ କହିଛନ୍ତି ଯେ, ଆବାସ ପାଇଁ ଆବେଦନକାରୀମାନେ ପଞ୍ଚାୟତ ଗୁଡ଼ିକରେ ଅଫଲାଇନ୍ କିମ୍ଵା ଅନଲାଇନ୍ରେ ଆବେଦନ କରିପାରିବେ।
ଏଥିପାଇଁ ବିଭାଗ ପଞ୍ଚାୟତ ଗୁଡ଼ିକରେ ପଲ୍ଲୀ ସଭା କରି ଲୋକମାନଙ୍କୁ ସଚେତନ କରିଛି। କେନ୍ଦ୍ର ସରକାର ଆବାସ ସଂଖ୍ୟା ୨ କୋଟିରୁ ୩ କୋଟିକୁ ବଢାଇଛନ୍ତି। ଓଡ଼ିଶାକୁ ଅଧିକ ମିଳିବା ନେଇ ଆଶା ରହିଛି। କେନ୍ଦ୍ର ସରକାର ନିୟମବଳୀକୁ ମଧ୍ୟ କୋହଳ କରିଛନ୍ତି। ବାର୍ଷିକ ୧୫ ହଜାର ଆୟ ଥିଲେ ଆବେଦନ କରିାରିବେ। ସେହିପରି ବାଇକ୍ ଏବଂ ଫ୍ରିଜ୍ ଥିଲେ ମଧ୍ୟ ଆବେଦନ କରିପାରିବେ।
ମନ୍ତ୍ରୀ ପୁଣି କହିଛନ୍ତି ଯେ, କେହି ବି ଆବାସ ଯୋଜନାରୁ ବାଦ୍ ପଡ଼ିବେ ନାହିଁ। ବାପାଠୁ ଭିନ୍ନ ହୋଇଥିବା ପୁଅ ଆବେଦନ କରିପାରିବ। ସ୍ଵାମୀ ଠାରୁ ଅଲଗା ହୋଇଥିବା ମହିଳା ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ପୁଣି ଥରେ ନୂଆ ଆବେଦନ କରିବାକୁ ପଡ଼ିବ। ତେବେ ୨ ମାସ ମଧ୍ୟରେ ସର୍ଭେ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।
ମଣିଭଦ୍ରା ଖବର, କଟକ
إرسال تعليق