ପ୍ରବାସୀ ଭାରତୀୟ ସମ୍ମେଳନରେ ଓଡ଼ିଶା ପ୍ରତି ଅସମ୍ମାନ ଅଭିଯୋଗ କଲା ସିପିଆଇ
ଭୁବନେଶ୍ଵର (ମଣିଭଦ୍ରା ଖବର) ଓଡିଶାରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମେଳନରେ ଓଡ଼ିଶା ପ୍ରତି ଅସମ୍ମାନ କରାଯାଇଛି ବୋଲି ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ଅଭିଯୋଗ କରିଛନ୍ତିି । ତାଙ୍କ ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ଓଡ଼ିଶାରେ ହେଉଥିବା ସମ୍ମେଳନ ମାନଙ୍କରେ ଓଡିଶାକୁ ସମ୍ମାନ ଜଣାଇ "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ ।
ମାତ୍ର ପ୍ରବାସୀ ଭାରତୀୟ ସମ୍ମେଳନରେ ଏହି ସଙ୍ଗୀତ ଗାନ କରା ନ ଯିବା ଓଡ଼ିଶା ପ୍ରତି ଅସମ୍ମାନ ବୋଲି ସେ ଅଭିଯୋଗ କରିଛନ୍ତିି । ଓଡ଼ିଆ ଅସ୍ମିତା କଥା କହୁଥିବା ମୋହନ ସରକାର ଆମ ସଙ୍ଗୀତକୁ ଭୂଲିଯାଇ ପ୍ରବାସୀ ଭାରତୀୟ ସଙ୍ଗୀତକୁ ଅଗ୍ରାଧିକାର ଦେଇଛନ୍ତ ଯାହା ଓଡ଼ିଶା ପାଇଁ ଅସମ୍ମାନ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق