ମୁଣ୍ଡରେ ଗଞ୍ଜେଇ ଧରି ଆସୁଥିବା ସମୟରେ ଅବକାରୀ ବିଭାଗ ପକ୍ଷରୁ ଜଣେ ବ୍ଯକ୍ତି ଗିରଫ ସହ ଗଞ୍ଜେଇକୁ ଜବତ କରିଛନ୍ତି ।
ଗଂଜାମ (ମଣିଭଦ୍ରା ଖବର) ଅବକାରୀ ବିଭାଗ ପକ୍ଷରୁ ଯୁବକଙ୍କୁ ହିଞ୍ଜିଳି ଅଞ୍ଚଳରେ ଗିରଫ କରିଛି । ତାଙ୍କ ନାମ ଆମେଲ ଦିନକର ତାଙ୍କ ଘର ମହାରାଷ୍ଟ୍ରର ପୁନେର ବୋଲି ମଧ୍ୟ ଜଣାପଡିଛି । ଅଧିକ ସୁଚନା ନିମନ୍ତେ ଆମେ ହିଞ୍ଜିଳି ଅବକାରୀ ଅଧିକାରୀଙ୍କ ସହ ଯୋଗଯୋଗ କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇନାହିଁ ତେବେ ସାଧାରଣରେ ପ୍ରଶ୍ନ ଉଠେ ମହାରାଷ୍ଟ୍ରର ଯୁବକ ଜଣଙ୍କ କେଉଁ ସହର କିମ୍ବା ଗାଁରୁ ମୁଣ୍ଡରେ ଗଞ୍ଜେଇ ଧରି ଚାଲିଚାଲି ଆସି ହିଞ୍ଜିଳି ଅଞ୍ଚଳରେ ପହଞ୍ଚି ଥିଲେ । ଆଉ କେଉଁ ସହରକୁ ଏହି ଗଞ୍ଜେଇ ଧରି ଯାଉଥିଲେ । ତାହା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି ।ରାସ୍ତାରେ ଆସୁଥିବା ସମୟରେ ଦୋକାନୀକୁ କେଜିଏ , ଅଧାକେଜି ବିକ୍ରି କରୁଥିଲେ ' ନା ' ହିଞ୍ଜିଳି ସହର କେଉଁ ବେପାରୀଙ୍କ ପାଖକୁ ନେଇ ଯାଉଥିଲେ ତାହାକୁ ନେଇ ହିଞ୍ଜିଳି ରେ ଚାଲିଛି ଚର୍ଚ୍ଚା । ଆଚ୍ଛା ଗଞ୍ଜେଇ ବେପାର କରୁଥିବା ମାଷ୍ଟର ମାଇଣ୍ଡଙ୍କ ଇସାରାରେ ହିଞ୍ଜିଳି ସହରକୁ ଚାଲିଚାଲି ଆସୁଥିଲେ କି ? ଯାଦ୍ବାରା କୌଣସି ମତେ ଖବର ପାଇ ହିଞ୍ଜିଳି ଅବକାରୀ ବିଭାଗ ତଲାସୀ କଲେ ଆଉ ଗଞ୍ଜେଇ ଚାଳଣ ଲାଗି ମୁଣ୍ଡରେ ଆସୁଥିବା ଗଞ୍ଜେଇ ବସ୍ତା ସହ ମହାରାଷ୍ଟ୍ର ଯୁବକଙ୍କୁ ହିଞ୍ଜିଳି ରେ ଗିରଫ କଲେ । ତେବେ ଜବତ ଗଞ୍ଜେଇ ଏବଂ ଗିରଫ ଥିବା ଯୁବକ ଜଣକ ସନ୍ଦେହ ଘେରରେ ଥିବା ବେଳ ହିଞ୍ଜିଳି ଅବକାରୀ ବିଭାଗର କିଭଳି ପଦକ୍ଷେପ ନେଉଛନ୍ତି ଏବଂ ପ୍ରକୃତ ମାଷ୍ଟର ମାଇଣ୍ଡ କିଏ ତାହା ଦେଖିବାକୁ ବାକି ରହିଲା ।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ ମଣି ଭଦ୍ରା ଖବର।
إرسال تعليق