୧୯୯୭ ମସିହା ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ
ଗଣିଆ (ମଣିଭଦ୍ରା ଖବର) ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୭ ମସିହା ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ସ୍ଥାନୀୟ ମା କଳାପାଟ ଠାକୁରାଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ବର୍ଷ ଧରି ଏହି ବ୍ୟାଚର ବନ୍ଧୁମିଳନ ହୋଇଆସୁଅଛି । ଦୂରଦୂରାନ୍ତରୁ ପ୍ରାୟ ୫୦ରୁ ଅଧିକ ପୁରାତନ ଛାତ୍ର ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
ଦୀର୍ଘ ଦିନ ପରେ ନିଜ ସ୍କୁଲ ବେଳର ସାଙ୍ଗକୁ ଦେଖି ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିବା ସହିତ ମଜା ଖୁସିରେ ବନ୍ଧୁମିଳନ ପାଳିତ ହୋଇଯାଇଛି । ଆଦିକନ୍ଦ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୃତ୍ୟ ଗୀତର ତାଳେ ତାଳେ ସମସ୍ତେ ଝୁମି ଯାଇଥିଲେ । ପ୍ରତିବର୍ଷ ଏହି ବନ୍ଧୁ ମିଳନ ପାଳନ କରିବାକୁ ସମସ୍ତେ ସମ୍ମତି ପ୍ରଦାନ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق