ରାଜ୍ୟ ସ୍ତରୀୟ ଦୟାନିଧି ସାହୁ ଓ ସୁନିଲ ବେହେରା ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ କଟକକୁ ଭେଟିବ ଭୂବନେଶ୍ବର
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣା ହାଇସ୍କୁଲ ପଡିଆରେ ରଘୁନାଥ ଜୀଉ କ୍ଳବ୍ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଦୟାନିଧି ସାହୁ ଓ ସୁନିଲ ବେହେରା ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଆଜି ବୈଦେଶ୍ବର ବନାମ ଭୂବନେଶ୍ବର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବୈଦେଶ୍ବର ଦଳ ପ୍ରଥମେ ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୧୮.୦୧ ଓଭରରେ ୧୮୪ ରନ୍ ସଂଗ୍ରହ କରିଥିଲେ । ଜବାବରେ ଭୂବନେଶ୍ବର ଦଳ ମାତ୍ର ୧୨ ଓଭରରେ ଧୂଆଁଧାର ବ୍ୟାଟିଂ କରି ୧୯୦ ରନ୍ କରି ବିଜୟ ଲାଭ କରିଥିଲେ ।
ଫଳରେ ଭୂବନେଶ୍ବର ଦ୍ବିତୀୟ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି । ଭୁବନେଶ୍ଵର ଦଳର ଡୁଡଲୁ ୩୦ ବଲରେ ୫୩ ରନ୍ ସଂଗ୍ରହ କରି ଥିବାରୁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ବଣ୍ଟନ କରାଯାଇଥିଲା । ଆଜିର ଏହି ମ୍ୟାଚ୍ ପରିଚାଳନା କରିଥିଲେ ସମୀର କୁମାର ମହାପାତ୍ର ଏବଂ ପବିତ୍ର କୁମାର ସାହୁ। ଆସନ୍ତାକାଲି ଗ୍ରାଣ୍ଡ ଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିବେ କଟକ ବନାମ ଭୂବନେଶ୍ବର । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ପବିତ୍ର କୁମାର ବେହେରା ଯୋଗ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق