ସଂକୀର୍ତନ ଗାୟକଙ୍କ ପରଲୋକ
କଳାପଥର, 27l 12(ମାନସ ରଞ୍ଜନ ସାହୁ):କେନ୍ଦୁପଲ୍ଲୀ ପଂଚାୟତ ପତନୀ ଗ୍ରାମର ଜଣେ ମହାନ କଳାକାର ଲକ୍ଷ୍ମଣ ସାହୁଙ୍କ ପରଲୋକ ଘଟିଛି. ତାଙ୍କୁ 91ବର୍ଷ ହୋଇଥିଲା l ସ୍ଵର୍ଗତ ଲକ୍ଷ୍ମଣ ସାହୁ ତାଙ୍କର ଜୀବନ ଗାଁ ରାମଲୀଲା ରେ ଲକ୍ଷ୍ମଣ ଚରିତ୍ର, ରାବଣ ଚରିତ୍ର ବହୁ ବର୍ଷ ଧରି ଅଭିନୟ କରିଥିଲେ. ଆଉ ମଧ୍ୟ ସେ ଜଣେ ସଂକୀର୍ତନ ଗାୟକ ଭାବରେ ଆଞ୍ଚଳରେ ସଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବା ସହ ଖ୍ୟାତି ଅର୍ଜନ କରି ବିଭିର୍ଣ୍ଣ ଅନୁଷ୍ଠାନ ରୁ ସମ୍ବର୍ଦ୍ଧିତ ହୋଇଛନ୍ତି.ମୃତ୍ୟୁ ବେଳକୁ ନିକଟରେ ବଡ଼ ପୁଅ ଦୀନବନ୍ଧୁ ସାନପୁଅ ପ୍ରସନ୍ନ ଏବଂ ଝିଅ ଶୈଳବାଳା ଉପସ୍ଥିତ ଥିବା ବେଳେ ବଡ଼ ପୁଅ ମୁଖାଗ୍ନି ଦେଇଥିଲେ. ପତନୀ ଗ୍ରାମବାସୀ ମାନେ ଜଣେ କଳାକାରଙ୍କୁ ସନମାନ ଜଣାଇ ଢୋଲ, ଗିନି ତାଳି ମାରି ଭଜନ ପରିବେଷଣ ଦ୍ଵାରା ଗ୍ରାମ ପରିଭ୍ରମଣ ପରେ ଶ୍ମସାନ ରେ ଶେଷକୃତ୍ୟ ସମ୍ପୂର୍ଣ ହୋଇଥିଲା. ତାଙ୍କ ବିୟୋଗ ରେ ସ୍ଥାନୀୟ କେନ୍ଦୁପଲ୍ଲୀ ପଂଚାୟତ ରେ ଶୋକର ଛାୟା ଖେଳି ଯାଇଛି. ଖବର ପାଇ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ସଂକୀର୍ତନ ଗାୟକ ଗୋକୁଳାନନ୍ଦ ସାହୁ, ବେଣୁଧର ବେହେରା, ପ୍ରଫୁଲ ସାହୁ ରାଜୀବ ଲୋଚନ ସାହୁ ବ୍ରଜବନ୍ଧୁ ସାହୁ, ଗୋବରା ସାହୁ ପ୍ରମୁଖ ସ୍ଥାନୀୟ ଅଂଚଳ ର ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଶୋକାକୁଳ ପରିବାର କୁ ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର, ବାଙ୍କି
إرسال تعليق