BREAKING
Loading...
:

ପ୍ରଥମା ଓ ମଧ୍ୟମା ଶାଖା, ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ପୋଷାକ ବିତରଣ ଉତ୍ସଵ ପାଳନ

 ପ୍ରଥମା ଓ ମଧ୍ୟମା ଶାଖା, ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ପୋଷାକ ବିତରଣ ଉତ୍ସଵ ପାଳନ 

ବ୍ରହ୍ମପୁର( ମଣିଭଦ୍ରା ଖବର) 

             ଅଦ୍ୟ ତା 02-12-2024 ରିଖ ଦିନ ପ୍ରଥମା ଓ ମଧ୍ୟମା ଶାଖା, ରାମାଧୀନ ସଂସ୍କୃତ ମହାବିଦ୍ୟାଳୟ, ବ୍ରହ୍ମପୁରର ପୋଷାକ ବିତରଣ ଉତ୍ସବ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ l ଉକ୍ତ ଉତ୍ସବରେ ପରିଚାଳନା କମିଟିର chairperson ଶ୍ରୀଯୁକ୍ତ କୁରାମଣି ମହାପାତ୍ର ସଭାପତିତ୍ୱ କରିଥିଲେ ଓ ବିବ୍ୟାଳୟର ପ୍ରଧାନପଣ୍ଡିତ ଶ୍ରୀଯୁକ୍ତ ରବି ନାରାୟଣ ପଟ୍ଟନାୟକ ସଭା କାର୍ଯ୍ୟ ପରିଚାଳନା କରିଥିଲେ l ଉକ୍ତ ବୈଠକରେ କରଣ ସାହି କ୍ଲଷ୍ଟରର CRCC ଶ୍ରୀଯୁକ୍ତ ଅନୁଜ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ I ଏବଂ ଶିଶୁ ମାନଙ୍କୁ ପାଠ ପଢିବା ସମୟରେ ମୋବାଇଲ ଫୋନ ଠାରୁ ଦୂରେଇ ରହିବାକୁ ଉପଦେଶ ଦେଇଥିଲେ lମୁଖ୍ୟ ବକ୍ତା ଭାବେ ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ହରିହର ଦାସ ମହୋଦୟ, ସ୍ଥାନୀୟ କର୍ପୋରେଟର ଶ୍ରୀଯୁକ୍ତ ଚିତ୍ରସେନ ମହାପାତ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବହୁ ମୂଲ୍ୟବାନ ଉପଦେଶ ଦେଇ ପୋଷାକ ବଣ୍ଟନ କରିଥିଲେ l 

ବିଦ୍ୟାଳୟରେ ଷଷ୍ଠ ରୁ ଅଷ୍ଟମ ପର୍ଯ୍ୟନ୍ତ 35 ଜଣ ଓ ନବମ ରୁ ଦଶମ ଶ୍ରେଣୀରେ ଅଧ୍ୟୟନ 40 ଜଣ ଛାତ୍ରଛାତ୍ରୀ ମାନଙ୍କୁ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ପୋଷାକ, ଜୋତା, ମୋଜା, ଟାଇ, ଟୋପି, identity card ପ୍ରଦାନ କରାଯାଇଥିଲା l  ପରିଶେଷରେ ବିଦ୍ୟାଳୟର  ସହକାରୀ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଉପସ୍ଥିତ ସମସ୍ତ ସଭ୍ୟ ଓ ସଭ୍ୟଙ୍କୁ ଧନ୍ୟବାଦ ଜଣାଇବା ପରେ ସଭପତିଙ୍କ ଦ୍ୱାରା ସଭା ସାଙ୍ଗ କରାଯାଇଥିଲା l

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS