IPS ଚାକିରିର ପ୍ରଥମ ଦିନ , ଦୁର୍ଘଟଣାରେ ଚାଲିଗଲା ଜୀବନ
କଟକ(ମାନସ କୁମାର ସାହୁ)କର୍ଣ୍ଣାଟକରେ ଏକ ଦୁଃଖଦ ଘଟଣା ଘଟିଛି ! ରାଜ୍ୟ କ୍ୟାଡରର ଜଣେ IPS ଅଧିକାରୀଙ୍କ ମୃତ୍ୟୁ ହୋଇଛି, ତାହା ପୁଣି ଚାକିରିର ପ୍ରଥମ ଦିନରେ। ଆଜି କାର୍ଯ୍ୟରେ ଯୋଗଦେବାକୁ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ଜୀବନ ଚାଲିଯାଇଛି।
ମୃତକ ଜଣକ ହେଉଛନ୍ତି ଯୁବ IPS ଅଫିସର ହର୍ଷ ବର୍ଦ୍ଧନ (26)। ସେ କର୍ଣ୍ଣାଟକ କ୍ୟାଡରର 2023 ବ୍ୟାଚ୍ IPS ଅଫିସର ଥିଲେ। ମାସେ ତଳେ ମୈସୁରରେ ଟ୍ରେନିଂ ସରିବା ପରେ ଆଜି ତାଙ୍କର ପ୍ରଥମ ପୋଷ୍ଟିଂ ଥିଲା।
ମଣିଭଦ୍ରା ଖବର
Post a Comment