ଲୋକ ଲଜ୍ଜ୍ୟାରୁ ମୁକ୍ତି ପାଇଁ ଛୁଆ ଚୋରି ଅଭିଯୋଗ ଥିଲା ନାଟକ
ରଣପୁର (ରୀନା ସାହୁ )ନୟାଗଡ ଜିଲ୍ଲା ରଣପୁର ବ୍ଲକ୍, ରାଜ ସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଗତ ଦୁଇ ଦିନ ତଳେ ନଭେମ୍ବର ୩୦ ତାରିଖ ସକାଳେ ଖୋର୍ଦ୍ଦା ଜିଲ୍ଲା ବୋଲଗଡ ବ୍ଲକ୍ କଳାଙ୍ଗ ପଂଚାୟତ ଗୋଡ଼ ଭଙ୍ଗା ଗ୍ରାମର ଜନୈକ ମହିଳା ଶୁଦିସ୍ମିତା ଜେନା ( ବୟସ - ୨୨), ସ୍ବାମୀ - ବିଜୟ କୁମାର ପରିଡା , ଉଭୟ ସ୍ବାମୀ ସ୍ତ୍ରୀ ରାଜ ସୁନାଖଳା ମେଡିକାଲ ରେ ଗୋଟିଏ ଶିଶୁ ଜନ୍ମ ପରେ ଚୋରି ହୋଈ ଯାଇ ଥିବା ଅଭିଯୋଗ କରି ଥିଲେ ! ତତ୍ କ୍ଷଣାତ ବିଭିନ୍ନ ଗଣ ମାଧ୍ୟମରେ ପ୍ରଚାର ପ୍ରସାର ହୋଈ ପୁରା ନୟାଗଡ ଜିଲ୍ଲା ସହ ସାରା ରାଜ୍ୟ ହୁଲୁ ସ୍ତୁଲୁ ହେବାକୁ ଲାଗିଲା। ! ରଣପୁର ଥାନା ଅଧିକାରୀ, ସରଣକୁଳ ଏସ ଡି ପି ଓ ପହଞ୍ଚି ତଦନ୍ତ ଆରମ୍ଭ କରିଥଲେ ! ସି ସି ଟିଭି ରେକଡ୍, ମେଡିକାଲ ତଥ୍ୟ ଯାଞ୍ଚ କରାଯାଇ ଥିଲା ! ପ୍ରାଥମିକ ତଦନ୍ତରୁ ଜଣା ପଡିଥିଲା ଛୁଆ ଜନ୍ମ କରିବା ଓ ଚୋରି ମିଥ୍ୟା ବୋଲି, ଏଣୁ ରାଜ ସୁନାଖଳା ମେଡିକାଲ ଅଧ୍ୟକ୍ଷ ଜଗଦୀଶ ଜେନା ଉଭୟ ଦମ୍ପତିଙ୍କ ନାମରେ ସତ୍ୟର ଅନୁସନ୍ଧାନ ପାଇଁ ପାଲଟା କେଶ ଦେଇଥିଲେ ! ଉଭୟ ଦମ୍ପତି ପୋଲିସ ହେପାଜତରେ ଥିଲା ବେଳେ , ଅଭିଯୋଗ ଅନୁସାରେ ଡାକ୍ତରୀ ପରୀକ୍ଷା କରାଯିବାରେ ମହିଳା ଜଣଙ୍କ ଗର୍ଭ ଧାରଣ କରି ନଥିବା ଜଣା ପଡିଛି ! ମହିଳା ଜଣଙ୍କ ପେଟରେ କପଡା ଗୁଡେ଼ଇ ମିଛ ନାଟକ କରିଥିବା କଥା ତଦନ୍ତକାରୀ ଡାକ୍ତର କହିଥିବା ସୁଚନା ମେଡିକାଲ ଅଧ୍ୟକ୍ଷ ଜଗଦୀଶ ଜେନା ସୂଚନା ଦେଇ ଛନ୍ତି ! ଘଟଣାଟି ହେଉଛି ଦୁଇ ବର୍ଷ ତଳୁ ବିବାହ କରିଥଲେ ବି କୌଣସି ଛୁଆ ପିଲା ହେଉନଥିବାରୁ ଲୋକ ଲଯ୍ୟାରୁ ନିବୃତ ପାଇଁ ଉଭୟ ଦମ୍ପତି ଛୁଆ ଜନ୍ମ କରିବା ଓ ଛୁଆ ଚୋରି ହୋଈ ଯିବା ନାଟକ କରି ଥିଲେ ବୋଲି ରଣପୁର ଆଇ ଆଇ ସି ଙ୍କ ତଦନ୍ତ ସମୟରେ ଉଭୟ ଦମ୍ପତି ସ୍ବୀକାର କରି ଛନ୍ତି ! ରଣପୁର ଆଇ ଆଇ ସି ମୁକେଶ କୁମାର ବେହେରାଙ୍କ ସୁଚନା ଅନୁସାରେ ମେଡିକାଲ ରିପୋର୍ଟ ହସ୍ତଗତ ହେଲା ପରେ ଉଭୟ ଦମ୍ପତିଙ୍କୁ କୋର୍ଟ ଫରୱାର୍ଡ କରାଯିବ ! ଏଠି କଥା ଉଠୁଛି ମମତା ଯୋଜନାର ଲାଭ ଉଠାଇବାକୁ ଉଭୟ ଦମ୍ପତି ଯୋଜନା ଭିତ୍ତିକ ଗର୍ଭ ଧାରଣ ମିଛ ଡକ୍ୟୁମେଣ୍ଟ କରି ନାହାଁନ୍ତି ତ ! ଉଭୟ ଦମ୍ପତିଙ୍କ ମିଛ ନାଟକ ପାଇଁ ରାଜ ସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୩୦ ନଭେମ୍ବର୍ ରେ ରୋଗୀ ସେବା କିଛି ମାତ୍ରାରେ ବ୍ୟାଘାତ ହୋଇଥିବା ସାଧାରଣରେ ଆଲୋଚନା ହେଉଛି ! ମିଛ ଛୁଆ ଚୋରି ନାଟକ ଏବେ ଉଭୟ ଦମ୍ପତିଙ୍କୁ ମହଙ୍ଗା ପଡିଛି ବୋଲି ଜଣାପଡୁଛି !
ମଣିଭଦ୍ରା ଖବର, ରଣପୁର
Post a Comment