BREAKING
Loading...
:

ମହଙ୍ଗା ହେବ ବିମାନ ଯାତ୍ରା : ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ ବିମାନ ଭଡ଼ା

 ମହଙ୍ଗା ହେବ ବିମାନ ଯାତ୍ରା : ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ ବିମାନ ଭଡ଼ା

କଟକ (ମାନସ କୁମାର ସାହୁ) ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷର ଛୁଟିଦିନ ପୂର୍ବରୁ ବିମାନ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀଙ୍କୁ ବଡ଼ ଝଟ୍‌କା ଲାଗିଛି। କାରଣ ସରକାରୀ ତୈଳ କମ୍ପାନୀଗୁଡିକ ଡିସେମ୍ବର ପହିଲାରୁ ବିମାନ ଟର୍ବାଇନ ଇନ୍ଧନ(ଏଟିଏଫ୍‌)ର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହାର ପ୍ରଭାବ ବିମାନ ସେବା ପ୍ରଦାନ କରୁଥିବା ବିମାନ କମ୍ପାନୀଗୁଡିକର ଭଡା ଉପରେ ପଡିବାକୁ ଯାଉଛି। ଏହାଫଳରେ ବିମାନ ଟିକଟ ଦର ବଢ଼ିବ। ଯାହାର ସିଧାସଳଖ ପ୍ରଭାବ ଯାତ୍ରୀମାନଙ୍କ ଉପରେ ପଡିବ। ଏଠାରେ ସୂଚନାଯୋଗ୍ୟ ଯେ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଡିସେମ୍ବର ପହିଲାରୁ କିଲୋ ଲିଟର ପିଛା ଏଟିଏଫ୍‌ ମୂଲ୍ୟରେ ଟ ୧୩,୧୮୧.୨୦ ବୃଦ୍ଧି ଘଟାଇଛନ୍ତି।


ଏଟିଏଫ୍‌ ମୂଲ୍ୟରେ ବୃଦ୍ଧି ଯୋଗୁ ନୂଆଦିଲ୍ଲୀରେ ବିମାନ ଚଳାଚଳ ଟର୍ବାଇନ ଇନ୍ଧନର ମୂଲ୍ୟ କିଲୋ ଲିଟର ପିଛା ୯୧,୮୫୬.୮୪ ଟଙ୍କାକୁ କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ, ଏଟିଏଫ୍ ମୂଲ୍ୟ କଲକାତାରେ କିଲୋଲିଟର ପିଛା ୯୪୫୫୧ ଟଙ୍କା, ମୁମ୍ବଇରେ ୮୫,୮୬୧ ଟଙ୍କା ଏବଂ ଚେନ୍ନାଇରେ କିଲୋଲିଟର ପିଛା ୯୫୨୩୧ ଟଙ୍କାରେ ପହଞ୍ଚିଛି। ଏହି ବଢ଼ୁଥିବା ଏଟିଏଫ୍‌ ମୂଲ୍ୟର ପ୍ରଭାବ ବିମାନ ଭଡା ଉପରେ ଦେଖିବାକୁ ମିଳୁଛି। ବାସ୍ତବରେ, ଡିସେମ୍ବର ହେଉଛି କ୍ରମାଗତ ଭାବେ ଦ୍ୱିତୀୟ ମାସ ଯେତେବେଳେ କି ସରକାରୀ ତୈଳ କମ୍ପାନୀଗୁଡିକ ବିମାନ ଟର୍ବାଇନ ଇନ୍ଧନର ମୂଲ୍ୟରେ ବୃଦ୍ଧି କରିଛନ୍ତି। ଗତ ମାସରେ ମଧ୍ୟ ଏଟିଏଫ୍‌ ମୂଲ୍ୟ କିଲୋଲିଟର ପିଛା ୨୯୪୧.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏହି କାରଣରୁ, ଏୟାର ଲାଇନ୍ସଗୁଡିକର ପରିଚାଳନା ଖର୍ଚ୍ଚ ଦ୍ରୁତ ଗତିରେ ବୃଦ୍ଧି ପାଉଛି।ବିଶେଷଜ୍ଞମାନେ କହିଛନ୍ତି ଯେ ଏଟିଏଫ୍ ମହଙ୍ଗା ହେବା କାରଣରୁ ବିମାନ ଭଡ଼ା ୧୦ରୁ ୧୫ ପ୍ରତିଶତ ବୃଦ୍ଧି ଘଟିବ। ଏଭଳି ପରିସ୍ଥିତିରେ ଯାତ୍ରୀଙ୍କୁ ମହଙ୍ଗା ଟିକେଟ କିଣିବାକୁ ପଡିବ। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେତୁ ଏଟିଏଫ ମୂଲ୍ୟ ବୃଦ୍ଧି ପାଉଛି। ବିମାନ ଇନ୍ଧନ ମୂଲ୍ୟ ଏୟାରଲାଇନ୍ସର ମୋଟ ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ। ବିମାନ ଚଳାଚଳ ଟର୍ବାଇନ ଇନ୍ଧନ ମୂଲ୍ୟରେ ଏହି ବୃଦ୍ଧି ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ପରିବର୍ତ୍ତନ ଏବଂ ଟଙ୍କା-ଡଲାର ବିନିମୟ ମୂଲ୍ୟରେ ହ୍ରାସ ଯୋଗୁ ହୋଇଛି।

ମଣିଭଦ୍ରା ଖବର,କଟକ

Post a Comment

Previous Post Next Post
Header ADS