BREAKING
Loading...
:

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ମୃତ ଅନ୍ୟ ଜଣେ ଗୁରୁତର ଘଟଣାରେ ଠିକାଦାର ଯେତିକି ଦାୟୀ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମଧ୍ଯ ସେତିକି ଦାୟୀ ।

 ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ମୃତ ଅନ୍ୟ ଜଣେ ଗୁରୁତର ଘଟଣାରେ ଠିକାଦାର ଯେତିକି ଦାୟୀ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମଧ୍ଯ ସେତିକି ଦାୟୀ ।

ଭାପୁର, ୫/୧୨ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ଅନ୍ତର୍ଗତ ଶାସନ ପଞ୍ଚାୟତର ଟିକିରିପଡ଼ା ଗ୍ରାମ ନିକଟସ୍ଥ ବାଲିନାଳ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ଗୁରୁବାର ଦିନ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ମୃତ ହୋଇଥିଲାବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଭାବେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଘଟଣାରୁ ପ୍ରକାଶ ଟିକିରିପଡ଼ା ଗ୍ରାମ ନିକଟସ୍ଥ ବାଲିନାଳ ଉପରେ ଏକ ବ୍ରିଜ୍ ର ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟୀତ୍ଵ ନିର୍ବାହ କରୁଥିବା ବେଳେ  ଠିକାଦାର ଭାବେ ବାସୁଦେବ  କନଷ୍ଟ୍ରକସନ୍ ଉକ୍ତ ବ୍ରିଜ୍ର ନିର୍ମାଣ କାର୍ଯ୍ୟର କରୁଥିଲେ। ମାତ୍ର, ଦୁଃଖର ବିଷୟ ଗୁରୁବାର ଦିନ ଦିବା ପ୍ରାୟ ୧୧ ଘଟିକା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଲହଦର ଗ୍ରାମର ସୁକୁରା ଟପୋଙ୍କ ପୁଅ ଜହାନ୍ ଟପୋ(୩୦) ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ସେହି ଲାଠିକଟା ବ୍ଲକ ଅନ୍ତର୍ଗତ ଏରଗଡ଼ା ଗ୍ରାମର ଚୁକଲେ ଖାଲକୋଙ୍କ ପୁଅ ରାଜୁ ଖାଲକୋ(୩୫) ଗୁରୁତର ଭାବେ ଆଘାତ ହୋଇଥିଲେ। ସଙ୍ଗେ ସଙ୍ଗେ ଉକ୍ତ ବ୍ରିଜ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅନ୍ୟ ଶ୍ରମିକ ମାନେ ଉଭୟଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ଜହାନ୍ ଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ରାଜୁ ଙ୍କୁ ପ୍ରାଥମିକ ଚିକିତ୍ସା କରି ଭୁବନେଶ୍ୱର ସ୍ଥାନାନ୍ତର କରିଥିଲେ। ଖବର ପାଇ ଫତେଗଡ଼ ଥାନା ପକ୍ଷରୁ ମୃତ ଜହାନ୍ ଙ୍କ ଶବକୁ ଜବତ କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେଣୁ , ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

ବିନା ନିରାପତ୍ତାରେ ଶ୍ରମିକ ମାନଙ୍କୁ କାର୍ଯ୍ୟରେ କିପରି ନିୟୋଜିତ କରାଯାଉଥିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଆମ ପ୍ରତିନିଧି ବିଭାଗୀୟ କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧିଙ୍କୁ ଯୋଗାଯୋଗ କରିଥିବା ବେଳେ ସେ କହିଥିଲେ ଉକ୍ତ ଘଟଣା ସମ୍ପୂର୍ଣ ସତ୍ୟ ଏଥିପାଇଁ ଠିକାଦାର ଦାୟୀ ବୋଲି କହି କଥାକୁ ଏଡ଼ାଇ ଯାଇଥିଲେ। ମାତ୍ର , ଉକ୍ତ ବ୍ରିଜ୍ ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ଯାଇଥିବା ବେଳେ କିପରି ଉକ୍ତ ବ୍ରିଜ ର ନିର୍ମାଣ କାର୍ଯ୍ୟ ସମୟରେ କର୍ଯ୍ୟରତ ଠିକାଦାର ଏବଂ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମାନେ ନିରାପତ୍ତା ବ୍ୟବସ୍ଥା ଅବଲମ୍ବନ ଗ୍ରହଣ କରିନଥିବାରୁ ଅକାଳରେ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବା ସହ କ୍ଷୋଭ ପ୍ରକାଶ ପାଇଛି। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ମୃତକଙ୍କ ପରିବାର କ୍ଷତିପୂରଣ ପ୍ରଦାନ କରାଯିବ ସହ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଗୁରୁତର ଶ୍ରମିକଙ୍କୁ ମାଗଣାରେ ଚିକିତ୍ସିତ ସେବା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି। ମୃତ ଜହାନ୍ ଙ୍କ ବିଧବା ପତ୍ନୀ ସହ ଗୋଟିଏ ପୁଅ ଓ ଝିଅ ଥିବା ଜଣାପଡ଼ିଛି। 

ବିଭୂତି ମହାପାତ୍ର, ଭାପୁର 

Post a Comment

أحدث أقدم
Header ADS