BREAKING
Loading...
:

ମଣିଭଦ୍ରା ମେଳାରେ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ୱଛତା କାର୍ଯ୍ୟକ୍ରମ

 ମଣିଭଦ୍ରା ମେଳାରେ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ୱଛତା କାର୍ଯ୍ୟକ୍ରମ                                   



ଗଣିଆ  ( ମଣିଭଦ୍ରା ଖବର) ଗଣିଆ ବ୍ଲକର ଗଣ ପର୍ବ ତଥା  ପୁରାଣ ବର୍ଣିତ ମଣିଭଦ୍ରା ପାଦଦେଶ ରେ  ଅନୁଷ୍ଠିତ ବିଶ୍ଵଶାନ୍ତି ମହାଯଜ୍ଞ ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମା କଳାପାଟ ଙ୍କ ଦର୍ଶନ ସାରି ପଞ୍ଚକୁଣ୍ଡିୟ ମହାଯଜ୍ଞ ରେ  ଯୋଗଦାନ କରି ପ୍ରସାଦ ସେବନ, ପ୍ରବଚନ କାର୍ଯ୍ୟକ୍ରମ  ଓ ମିନାବଜାର ରେ ବେଶ ଉପଭୋଗ କରିଥାନ୍ତି l ଏଠାରେ ଅନେକ ସେବାକାରୀ ମଧ୍ୟରେ ବିଭିନ୍ନ ସେବା ସାଧୁ ସମିଳନୀ, ସଂକୀର୍ତନ ସେବା, ଆଦି କାର୍ଯ୍ୟକ୍ରମ ଚାରି ଦିନ ଧରି ବ୍ୟାପକ ଭାବେ ଚାଲିଥାଏ l ମାତ୍ର ସ୍ବେଛାସେବୀ ସଂଗଠନ ଜାତୀୟ ଗ୍ରାମୀଣ ଵିକାଶ ପରିଷଦ, ଛାମୁଣ୍ଡିଆ ଓ ମା ମଙ୍ଗଳା ୟୁଥ କ୍ଲବ, କାଦୁଆ ପକ୍ଷରୁ  ସ୍ୱଛତା ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ  ଚାଲୁ ରହିଅଛି l ଏହି ଅନୁଷ୍ଠାନ ପକ୍ଷରୁ 40 ଜଣ ସ୍ବେଛାସେବୀ ସାମିଲ ହୋଇ ଆଜକୁ ଦୀର୍ଘ ଆଠ ବର୍ଷ ହେଲା ନିରଙ୍କୁଶ ଭାବେ ସ୍ୱଛତା ଓ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରି ଓଁ ମା ସତ୍ୟ ଶାନ୍ତି ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ ପୂର୍ବରୁ ପୁରସ୍କୃତ ହୋଇଅଛି l  ଚାରିଦିନ ଧରି ଚାଲୁଥିବା କାର୍ଯ୍ୟକ୍ରମ ରେ ସ୍ବେଛାସେବୀ ମାନେ ସକାଳୁ ବିଭିନ୍ନ ଅଇଁଠା ଖଲି ପତ୍ର, ଜରି, ଅଳିଆ ଆବର୍ଜନା କୁ ସଫା କରିବାସହିତ ବ୍ଲିଚିଙ୍ଗପକାଇ  ସେବା କାର୍ଯ୍ୟ କରିଥାନ୍ତି l        


 ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS