BREAKING
Loading...
:

ମୃତା ମହିଳା ରେବତୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବେ ଅଲ୍ଲୁ ଅର୍ଜୁନ

 ମୃତା ମହିଳା ରେବତୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବେ ଅଲ୍ଲୁ ଅର୍ଜୁନ 

କଟକ (ମାନସ କୁମାର ସାହୁ) ହାଇଦ୍ରାବାଦରେ ‘ପୁଷ୍ପା-୨’ ଫିଲ୍ମର ପ୍ରିମିୟର ବେଳେ ଗତ ୪ ତାରିଖରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ । ମୁଁ କଥା ଦେଉଛି କି ଏହିଭଳି ସମୟରେ ସେମାନେ ଏକା ନୁହନ୍ତି । ଏଭଳି ସମୟରେ ମୁଁ ସେମାନଙ୍କ ସହ ଅଛି ବୋଲି ଟ୍ବିଟ୍ କରି କହିଛନ୍ତି ଅଲ୍ଳୁ । ତେବେ ସବୁଠାରୁ ବଡ଼ କଥା ହେଉଛି ଅଭିନେତା ଅଲ୍ଲୁ ଅର୍ଜୁନ ‘ପୁଷ୍ପା ୨’ର ପ୍ରିମିୟର ସୋ’ରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।ମୃତକଙ୍କ ପରିବାରର ଅଭିଯୋଗକୁ ଭିତ୍ତି କରି ଚିକ୍କଡପଲି ପୋଲିସ ଷ୍ଟେସନରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଦଳ ଏବଂ ସିନେମା ହଲ ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଅଲ୍ଳୁ କହିଛନ୍ତି ଯେ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବାଳକର ଚିକିତ୍ସା ଖର୍ଚ୍ଚ ସେ ବହନ କରିବେ । କିନ୍ତୁ ଆଠ ବର୍ଷର ପୁଅର ଅବସ୍ଥା ଗୁରୁତର ଥିବା ଡାକ୍ତରମାନେ କହିଛନ୍ତି ।

ମଣିଭଦ୍ରା ଖବର,କଟକ

Post a Comment

أحدث أقدم
Header ADS