ବିଶ୍ଵ ଏଡ଼ସ୍ ଦିବସ ନେଇ ସଚେତନତା ଶୋଭାଯାତ୍ରା
ଭାପୁର (ମଣିଭଦ୍ରା ଖବର) ଭାପୁର ବ୍ଲକ ପଦ୍ମାବତୀ ଗ୍ରାମସ୍ଥିତ ପ୍ରହଲ୍ଲାଦ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସ ଓ ରେଡ ରିବନ୍ କ୍ଳବ୍ ତରଫରୁ ବିଶ୍ଵ ଏଡସ୍ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ମଲ୍ଲଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ , ଅଧ୍ୟାପକ , ଅଧ୍ୟାପିକା ମାନେ ଏଡସ୍ କିପରି ଭାବରେ ବ୍ୟାପେ ଏବଂ ଏହାର କିପରି ପ୍ରତିରୋଧ କରାଯାଇ ପାରିବ ଛାତ୍ରଛାତ୍ରୀ ମାନଙ୍କୁ ଏନେଇ ସବିଶେଷ ବିବରଣୀ ଦେଇଥିଲେ । ସଭା ପରିସମାପ୍ତି ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମାନେ ହାତରେ ପ୍ଳାକାର୍ଡ ଧରି ପଦ୍ମାବତୀ ଓ କରବର ଗ୍ରାମରେ ଶୋଭାଯାତ୍ରା କରିବା ସହ ଏଡସ୍ ଉପରେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସାଧାରଣ ମାନଙ୍କୁ ସଚେତନ କରିଥିଲେ । ଉକ୍ତ ଶୋଭାଯାତ୍ରା କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ତଥା ଅଧ୍ୟାପକ ପ୍ରଦ୍ୟୁମ୍ନ ସାହୁ ଏବଂ ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଳବ୍ ର ସଂଯୋଜିକା ତଥା ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ବିଭୂତି ମହାପାତ୍ର, ଭାପୁର
إرسال تعليق