ଭୁବନେଶ୍ଵର (ମଣିଭଦ୍ରା ଖବର) ବାତ୍ୟା ପେଂଗାଲ ଯିବା ପରେ ଆଉ ଗୋଟିଏ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଆସନ୍ତା ୫ ତାରିଖରେ ସୁମାତ୍ରା ନିକଟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସହ ଘନୀଭୂତ ହେବ। ଏହା ଶ୍ରୀଲଙ୍କା କିମ୍ବା ଦକ୍ଷିଣ ତାମିଲନାଡ଼ୁ ମୁହାଁଇବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।
ପ୍ରଫେସର ପଶୁପାଳକ କହିଛନ୍ତି ଯେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡ଼ିବ ନାହିଁ। ସମ୍ଭବତଃ ତାପମାତ୍ରା ଅଧିକ ରହିବ। ତେବେ ଦକ୍ଷିଣ ଆଭ୍ୟନ୍ତରରେ ଆସନ୍ତା ୪ରୁ ୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି କମିବ। ଏହି ସମୟରେ ଶୀତ ବଢ଼ିବ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق