BREAKING
Loading...
:

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ପ୍ରତିବାଦରେ ଗ୍ରାମବାସୀଙ୍କ ଧାରଣା ଓ ବିଦ୍ୟାଳୟରେ ତାଲା

 ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ପ୍ରତିବାଦରେ ଗ୍ରାମବାସୀଙ୍କ ଧାରଣା ଓ ବିଦ୍ୟାଳୟରେ ତାଲା

କଟକ (ମଣିଭଦ୍ରା ଖବର) ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଛି ଜଣେ ପ୍ରଧାନଶିକ୍ଷକଙ୍କୁ । ନରସିଂହପୁର ବ୍ଲକ ଅନ୍ତର୍ଗତ ଚକାମୁଣ୍ଡା ବିଦ୍ୟାଳୟରେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ   ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । 


ଫଳରେ ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ଆଜି ସକାଳୁ ବିଦ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶିକ୍ଷା ବିଭାଗ ଅଧିକାରୀ ପ୍ରଧାନଶିକ୍ଷକଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ଗ୍ରାମବାସୀ ବିଦ୍ୟାଳୟ ପରିସରରେ ଧାରଣା  ଦେବା ସହିତ  ସ୍କୁଲରେ ତାଲା ପକାଇଛନ୍ତି । ଏହି ଧାରଣାରେ ଶତାଧିକ ମହିଳା ଏବଂ ପୁରୁଷ ଉପସ୍ଥିତ ଥିବା ଜଣାପଡିଛି । 


ମାନସ କୁମାର ସାହୁ, କଟକ 

Post a Comment

أحدث أقدم
Header ADS