ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ କରୁଛନ୍ତି ଲୋକେ
ଭୁବନେଶ୍ଵର (ମଣିଭଦ୍ରା ଖବର) କଟକ ନୂଆବଜାର ପୋତପୋଖରୀ ଜାଭିୟର ସ୍କୁଲ ଯିବା ରାସ୍ତାରେ ଭାରିଯାନ ଚଳାଚଳକୁ ନିଷେଧ ପାଇଁ ରାସ୍ତାରେ ହାଇଟ୍ ବାରିଅର ନିର୍ମାଣ କରାଯାଇଥିଲା । ଆଜିକୁ ୫ ଦିନ ତଳେ ବିଳମ୍ବିତ ରାତିରେ କୌଣସି ଏକ ଗାଡି ଧକ୍କା ଦେବାରୁ ଭାଙ୍ଗି ଯାଇଛି । ସେହି ରାସ୍ତାରେ ପ୍ରତେକ ଦିନ ଶହ ଶହ ସଂଖାରେ ଗାଡି ଚଳାଚଳ ସାଙ୍ଗକୁ ଶହ ଶହ ପିଲା ଜାଭିୟର ସ୍କୁଲକୁ ଯାଆସ କରିଥାନ୍ତି । ସନ୍ଧ୍ୟା ହେଲେ ଅନ୍ଧାରୁଆ ହୋଇଯିବାରୁ ବହୁ ଲୋକ ମୁଣ୍ଡ ବାଡେଇ ହୋଇ ଖଣ୍ଡିଆ ଖାବରା ହେଉଥିବା ଅଭିଯୋଗ ହେଇଛି । ସ୍ଥାନୀୟ ଲୋକେ ବିଭାଗିୟ ଅଧିକାରୀଙ୍କୁ ଜଣାଇବା ସ୍ୱତେ କିଛି ସୁଫଳ ମିଳୁ ନଥିବା କୁହନ୍ତି ।ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق