ପୂର୍ବତନ ସାଂସଦ ସ୍ବର୍ଗତ ରୁଦ୍ରମାଧବ ରାୟଙ୍କ ୮୮ ତମ ଜନ୍ମ ଜୟନ୍ତୀ ପାଳିତ
ଗଣିଆ (ମଣିଭଦ୍ରା ଖବର) ପୂର୍ବତନ ସାଂସଦ,ମହାନ ଜନନାୟକ ତଥା ତୁଙ୍ଗନେତା ସ୍ବର୍ଗତ ରୁଦ୍ରମାଧବ ରାୟଙ୍କ ୮୮ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଗଣିଆରେ ଥିବା ରୁଦ୍ରପ୍ରେମୀଙ୍କ ତରଫରୁ ଗଣିଆ ବଜାରରେ ରୁଦ୍ରମାଧବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯିବା ସହିତ ତାଙ୍କର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଗଣିଆ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ସଦାଶିବ ମିଶ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣା, ପୂର୍ବତନ ସରପଞ୍ଚ ବ୍ରଜମୋହନ ମିଶ୍ର, ଜଗନ୍ନାଥ ମିଶ୍ର,ଅଜୟ କୁମାର ଲେଙ୍କା,ପ୍ରଶନ୍ନ କୁମାର ସାହୁ, ଦଣ୍ଡଧର ଦାସ,ଅନ୍ତର୍ଯ୍ୟାମୀ ସାହୁ, ଲକ୍ଷ୍ମୀକାନ୍ତ ସାହୁ,ବିଶ୍ବରଞ୍ଜନ ସାହୁଙ୍କ ସମେତ ବହୁ ବିଜୁପ୍ରେମୀ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق