BREAKING
Loading...
:

ଫାଇଲେରିଆ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

 ଫାଇଲେରିଆ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ 

ନୟାଗଡ଼ (ମଣିଭଦ୍ରା ଖବର) ଜିଲ୍ଲାପାଳଙ୍କ ସଦଭାବନା ଗୃହ ପରିସରରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲା ଗଣିଆ, ଦଶପଲ୍ଲା ଏବଂ ନୂଆଗାଁ ବ୍ଳକରେ ମ୍ୟାଲେରିଆ ନିରାକରଣ ନିମନ୍ତେ ଗଣ ଔଷଧ ସେବନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଶରତ କୁମାର ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋଙ୍କ ସମେତ ବିଭାଗର ସମସ୍ତ କର୍ମଚାରୀ,୩ଟି ବ୍ଳକର ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୨୦୨୫ ମସିହା ଫେବୃୟାରୀ ମାସ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ବ୍ଳକ ଗୁଡିକରେ ଗଣ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ପଞ୍ଚାୟତିରାଜ, ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଅନୁସୂଚିତ ଜନଜାତି ଓ ଜାତି, କୃଷି,ମିଶନ ଶକ୍ତି, ବନବିଭାଗ, ଓଡ଼ିଶା ଜୀବିକା ମିଶନ ବିଭାଗ ସହଯୋଗ କରିବାକୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ନିବେଦନ କରାଯାଇଥିଲା । ତାଲିମ ପ୍ରାପ୍ତ କର୍ମଚାରୀ ମାନେ ଘରକୁ ଘର ବୁଲି ଲୋକଙ୍କୁ ଔଷଧ ବଣ୍ଟନ କରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS