*ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ବାବୁଶାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର । ଶ୍ରେଷ୍ଠ ଚଳଚ୍ଚିତ୍ର 'ଦମନ' ।*
୨୦୨୨ ବର୍ଷ ପାଇଁ ‘ଦମନ’ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଛି । ସେହିଭଳି ୨୦୨୧ ପାଇଁ ଶଙ୍କର ପ୍ରଧାନଙ୍କୁ ଶ୍ରେଷ୍ଠ ହାସ୍ୟ କଳାକାର ପୁରସ୍କାର ପାଇବେ । ଅରୁନ୍ଧତୀ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।*
*ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୩୩ ଗୋଟି ବର୍ଗ ପାଇଁ ୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ପୁରସ୍କାର କରାଯାଇଛି । ୨୦୨୨ ବର୍ଷ ପାଇଁ ‘ଦମନ’ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଛି । ସେହିଭଳି ୨୦୨୧ ପାଇଁ ଶଙ୍କର ପ୍ରଧାନଙ୍କୁ ଶ୍ରେଷ୍ଠ ହାସ୍ୟ କଳାକାର ପୁରସ୍କାର ପାଇବେ । ଅରୁନ୍ଧତୀ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ବିଶ୍ୱାସ ଫିଲ୍ମ ପାଇଁ ନବନୀତ ମହାନ୍ତିଙ୍କୁ ଶ୍ରେଷ୍ଠ ଶିଶୁ ଅଭିନେତା ଭାବେ ବିବେଚିତ କରାଯାଇଛି ।*
*୨୦୨୧ ପାଇଁ ସୁଧାଂଶୁ ଭୁଷଣ ମହାନ୍ତି ଶ୍ରେଷ୍ଠ କଳା ନିର୍ଦ୍ଦେଶକ ପୁରସ୍କାର ପାଇବେ । ଶ୍ରେଷ୍ଠ ଶିକ୍ଷା ଭିତ୍ତିକ ଚଳଚ୍ଚିତ୍ର ହେଉଛି ଡେଣା । ‘ଭୋକ’ ଫିଲ୍ମ ପାଇଁ ଶ୍ରେଷ୍ଠ ଖଳ ଅଭିନେତା ପୁରସ୍କାର ପାଇବେ କୁନା ତ୍ରିପାଠୀ । ‘ଚକ୍ଷୁ ବନ୍ଧନ’ ଫିଲ୍ମ ପାଇଁ ଶ୍ରେଷ୍ଠ ଖଳ ଅଭିନେତ୍ରୀ ଇଶାନି ଶେନ ଗୁପ୍ତା ।*
*୨୦୨୦ ବର୍ଷ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ତଥା ଜୀବନବ୍ୟାପୀ ସାଧନା ସମ୍ମାନ ପୁରସ୍କାର ପାଇବେ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର । ୨୦୨୨ ବର୍ଷ ପାଇଁ ଜୟୀରାମ ସାମଲ ପାଇବେ ଜୀବନବ୍ୟାପୀ ସାଧନା ସମ୍ମାନ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق