BREAKING
Loading...
:

କାଲିଠୁ ରାଜ୍ୟରେ ବଢିବ ଶୀତ,୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

 କାଲିଠୁ ରାଜ୍ୟରେ ବଢିବ ଶୀତ,୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା 

ଭୁବନେଶ୍ବର (ମଣିଭଦ୍ରା ଖବର) କାଲିଠୁ ରାଜ୍ୟରେ ବଢିବ ଶୀତ। ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ପବନ ପ୍ରବାହତି ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଦ୍ରତା ରହୁଛି।ପ୍ରଭାବରେ ତାପମାତ୍ରା ସ୍ବାଭାବିକ କିମ୍ବା ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି । ଏହାସହ ଆର୍ଦ୍ରତା ପାଇଁ ରାତି ତାପମାତ୍ରା ମଧ୍ୟ କମୁନାହିଁ । ବାତ୍ୟା ଦାନାର ପ୍ରଭାବରେ ଏବେ ବି ଉପକୂଳ ଓଡ଼ିଶାରେ ରାତିରେ ଗରମ ଅନୁଭୁତ ହେଉଛି। କିନ୍ତୁ ଆସନ୍ତା କାଲି ପରଠାରୁ ପବନର ଦିଗ ପରିବର୍ତ୍ତନ ହେବ । ବିଶେଷ କରି ଉତ୍ତର ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହ ବଢିବ। ଫଳରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ଆକଳନ କରାଯାଇଛି।ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଜାଡ ବଢିବ। ୧୫ ତାରିଖରୁ ୨୧ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଜିଲ୍ଲା ମାନଙ୍କରେ ସର୍ବନିମ୍ନ ତାପମାତ୍ରା ୧୨ ରୁ ୧୪ ଡିଗ୍ରୀକୁ ଖସିଆସିବ। ଏହାସହ ସଂଲଗ୍ନ ଜିଲ୍ଲା ମାନଙ୍କରେ ସର୍ବନିମ୍ନ ତାପମାତ୍ରା ୧୪ ରୁ ୧୮ ଡିଗ୍ରୀ ମଧ୍ୟରେ ରହିବ। ପରବର୍ତ୍ତୀ ସପ୍ତାହ ୨୨ ରୁ ୨୮ନଭେମ୍ବର ମଧ୍ୟରେ ପଶ୍ଚିମ ଜିଲ୍ଲା ମାନଙ୍କରେ ତାପମାତ୍ରା ଆହୁରି ଖସିବ। ପରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ଶୀତ ବଢିବ। ଉପକୂଳ ଓଡ଼ିଶାରେ ଦୁଇ ସପ୍ତାହ ପରେ ତାପମାତ୍ରା କମିବା ସହ ଜାଡ ବଢିବ ବୋଲି ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୩.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାହାଡିଆ ଅଞ୍ଚଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୨୧.୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୨୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS