BREAKING
Loading...
:

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାମ ଜୋରସୋରରେ ଚାଲୁ ରହିଛି

 ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାମ ଜୋରସୋରରେ ଚାଲୁ ରହିଛି

ଭୁବନେଶ୍ଵର (ମଣିଭଦ୍ରା ଖବର) ମାନ୍ୟବର ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ଏୟାରପୋର୍ଟ ଉପଦେଷ୍ଟା ଶ୍ରୀ ସୁରେଶ କୁମାର ହୋତାଙ୍କ ସହିତ ଏକ ଯାଞ୍ଚ ଦଳ ରଙ୍ଗେଉଲୁଣ୍ଡା ଏୟାରଷ୍ଟ୍ରିପ ପରିଦର୍ଶନ କରି ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏହାକୁ କିପରି ୧୨୦୦ ମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇ ଏକ ପୂର୍ଣ ବିମାନବନ୍ଦର ଭାବେ କାର୍ଯ୍ୟକ୍ଷମ କରିହେବ ସେଥିପାଇଁ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଯିବା ପାଇଁ ଏକ ରାସ୍ତା ବିମାନବନ୍ଦର ସମ୍ପ୍ରସାରଣରେ ବ୍ୟବହାର ନକରି ଅନ୍ୟ ଦିଗରେ କିପରି କରିହେବ ତାହା ମଧ୍ୟ ଅନୁଧ୍ୟାନ କରିଥିଲେ। ଏହି ସମୟରେ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସତ୍ୟବାନ ପଟେଲ ଏବଂ କନିଷ୍ଠ ଯନ୍ତ୍ରୀ ତଥା ବିଭାଗର ଅଧିକାରୀ ଗଣ ଉପସ୍ଥିତ ଥିଲେ। ବିମାନବନ୍ଦର ଟି କାର୍ଯ୍ୟକ୍ଷମ ହେଲେ ଗଞ୍ଜାମବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ପୂରଣ ହୋଇପାରିବ ବୋଲି ସାଧାରଣରେ ପ୍ରତିକ୍ରିୟା ଆସିଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS