BREAKING
Loading...
:

ମଧୁମେହ ସଚେତନତା ମୂଳକ ୱେବୀନାର

 ମଧୁମେହ ସଚେତନତା ମୂଳକ ୱେବୀନାର 

ଗଞ୍ଜାମ (ମଣିଭଦ୍ରା ଖବର) ବିଶ୍ଵ ମଧୁମେହ ଦିବସ ଅବସରରେ ଗଞ୍ଜାମ ଅଞ୍ଚଳର ସକ୍ରିୟ ସ୍ବେଛାସେବୀ ଯୁବ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ସଚେତନତା ମୂଳକ ୱେବିନାର୍ ଆୟୋଜନ କରାଯାଇଥିଲା। ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି ଫଳରେ ସ୍ବାସ୍ଥ୍ୟ ସମସ୍ୟା ସମେତ ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ମଧ୍ୟ ପ୍ରଭାବିତ ହେଉଛି। ତେଣୁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ୱେବୀନାର୍ କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଣ ସଂକ୍ରାମକ ରୋଗ ସ୍ବାସ୍ଥ୍ୟ ପରାମର୍ଶ ଦାତା ଶ୍ରୀ ଡି ଦେବହରି ରେଡି ମଧୁମେହ ସମ୍ପର୍କିତ ଆଲୋଚନା ରଖିବା ସହ ମଧୁମେହ ନିୟନ୍ତ୍ରଣରେ ରୋଗୀର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ବାସ୍ଥ୍ୟ ପରାମର୍ଶ ଦାତା ସସ୍ମିତା ମିଶ୍ର, କରାତଳି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଶ୍ରୀମତୀ ମଧୁସ୍ମିତା ପ୍ରଧାନ, କାଳୀପଲ୍ଲୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଶ୍ରୀମତୀ ସ୍ୱାଗତିକା ମାଝୀ, ଓଳାଆମ୍ବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ବି କାମେଶ୍ୱରି, ଓଡ଼ିଶା ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ଉପସଭାପତି ବିରଞ୍ଚି ନାରାୟଣ ନାହାକ,ପୂର୍ବତନ ସମ୍ପାଦକ ଦୀପକ କୁମାର ସାହୁ,ଯୁବ ଉଦ୍ୟୋଗୀ ନିରାକାର ମହାରଣା,ସମ୍ୱନିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର ପରାମର୍ଶ ଦାତା ସାନୂଜ କୁମାର ପଟ୍ଟନାୟକ,ଆଶାସାଥୀ କୁମୁଦିନୀ ପ୍ରଧାନ,କାହ୍ନା ଗୌଡ଼,ୟୁ ଶିମାଞ୍ଚଳରେଡ୍ଡୀ, ଚିନ୍ମୟୀ ପଣ୍ଡା,ଚିନ୍ମୟ ସେଠୀ ପ୍ରମୁଖ ଅଂଶ ଗ୍ରହଣ କରି ମତାମତ ରଖିଥିଲେ। ବି ଦେବାସିସ ରେଡ୍ଡୀ ସ୍ବାଗତ ଭାଷଣ ଓ ସଭାପତି କୈଳାଶ ଚନ୍ଦ୍ର ସେଠୀ ଧନ୍ୟବାଦ୍ ଅର୍ପଣ କରୁଥିଲେ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS