BREAKING
Loading...
:

ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ବି ସୁଡଙ୍ଗ

 


ଭୁବନେଶ୍ଵର ( ମଣିଭଦ୍ରା ଖବର) ରତ୍ନଭଣ୍ଡାରକୁ ନେଇ ଆସିଲା ବଡ ଖବର । ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ବି ସୁଡଙ୍ଗ କିମ୍ବା ଗୁପ୍ତ କୋଠରୀ । ତେବେ ଜିପିଆର ସର୍ଭେ ପରେ ପ୍ରାରମ୍ଭିକ ଆଲୋଚନାରୁ ଏହା ଜଣାପଡିଛି । ଆଉ ଚୂଡାନ୍ତ ରିପୋର୍ଟ ଆସିବା ପରେ ଏନେଇ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, କାର୍ତ୍ତିକ ମାସରେ ଭିଡ ରହୁଥିବାରୁ ଏବେ ମରାମତି ସମ୍ଭବପର ନୁହେଁ । କାର୍ତ୍ତିକ ପୂର୍ଣ୍ଣିମା ପରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ । ତେବେ ବିଭିନ୍ନ ସ୍ଥାନରେ ବଡ ଫାଟ ଥିବା ଜଣାପଡିଛି । ପ୍ରାୟ ମାସେ ଧରି ମରାମତି ପରେ ରତ୍ନଭଣ୍ଡାର ରତ୍ନର ଗଣତି ମଣତି ଆରମ୍ଭ ହେବ । ତେବେ ପୂର୍ବ ତାଲିକା ଅନୁସାରେ ବର୍ତ୍ତମାନର ତାଲିକାକୁ ମିଶାଇ ୭ ଦିନରେ ରିପୋର୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS