BREAKING
Loading...
:

କିଟ୍ ଶିକ୍ଷାନୁଷ୍ଠାନ ପରିସରରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ

 


କିଟ୍ ଶିକ୍ଷାନୁଷ୍ଠାନ ପରିସରରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ 



ଭୁବନେଶ୍ଵର (ମଣିଭଦ୍ରା ଖବର) ସାରା ଭାରତରେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସ୍ବଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ସାମିଲ ହୋଇଛନ୍ତି । ଆଜି ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ କିଟ୍ ଶିକ୍ଷାନୁଷ୍ଠାନ ସମୂହ ଓ କିସ୍ ତରଫରୁ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଟ୍ ଶିକ୍ଷାନୁଷ୍ଠାନ ସଦସ୍ୟ ଶେଷଦେବ ସ୍ବାଇଁଙ୍କ ନେତୃତ୍ବରେ ଆଜି ସକାଳେ ୮ ଘଟିକା ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସମସ୍ତେ ଏକତ୍ରିତ ହୋଇ ପରିବେଶ ପରିଷ୍କାର କରିବା ସହିତ ଏଣେତେଣେ ପଡିଥିବା ଅଳିଆ ଆବର୍ଜ୍ଜନା ସଫା କରିଥିଲେ । କେବଳ ସ୍ବଛତା ପକ୍ଷରେ ପରିବେଶ ସୁରକ୍ଷା କଥା ଚିନ୍ତା ନକରି ସବୁବେଳେ ସ୍ବଛତାକୁ ଗୁରୁତ୍ବ ଦେବାକୁ ଶ୍ରୀ ସ୍ବାଇଁ ମତ ପୋଷଣ କରିଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS