BREAKING
Loading...
:

ଅଧ୍ୟକ୍ଷା ଝୁନା ଜେନାଙ୍କ ନେତୃତ୍ବରେ ଗାନ୍ଧୀ ଜୟନ୍ତୀ ପାଳିତ

 ଅଧ୍ୟକ୍ଷା ଝୁନା ଜେନାଙ୍କ ନେତୃତ୍ବରେ ଗାନ୍ଧୀ ଜୟନ୍ତୀ ପାଳିତ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ଅଧ୍ୟକ୍ଷାଙ୍କ ନେତୃତ୍ବରେ ଗଣିଆରେ  ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଗଣିଆ ବ୍ଳକ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତୀରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବ୍ଳକ ଠାରୁ ଏକ ପଦଯାତ୍ରାରେ ବାହାରି ଗଣିଆ ବଜାରରେ ଥିବା ଗାନ୍ଧୀ ମଣ୍ଡପରେ ପହଞ୍ଚିଥିଲେ । ସେଠାରେ ଥିବା ଗାନ୍ଧୀ ମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେବା ସହିତ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ସ୍ଳୋଗାନ ଦେଇଥିଲେ । 

ଗଣିଆ ବ୍ଳକର ବରିଷ୍ଠ ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ ଗାନ୍ଧିଜୀଙ୍କ ନୀତି ଆଦର୍ଶ ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ଉପସ୍ଥିତ ଲୋକପ୍ରତିନିଧି ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉପସ୍ଥିତ ସମସ୍ତ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଫଳ ବଣ୍ଟନ କରିଥିଲେ ।

 ଆଜିର ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ବରିଷ୍ଠ ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା,ବେଲପଡା ସରପଞ୍ଚ ସୁକାନ୍ତ କୁମାର ଗଣ୍ଠିଆ,ଗଣିଆ ସରପଞ୍ଚ ଗିରିଧାରୀ ସେଠୀ,କରଡାପଡା ସମିତି ସଭ୍ୟ ଗୀତାରାଣୀ ରାଉତ, କିଶୋର ପ୍ରସାଦ ସରପଞ୍ଚ ଗୀତାଞ୍ଜଳି ବେହେରା,ଗଣିଆ ସମିତି ସଭ୍ୟ ଫକୀର ମୋହନ ଡାକୁଆ ଏବଂ ଅନ୍ୟାନ୍ୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ପ୍ରତିନିଧି  ତଥା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS