BREAKING
Loading...
:

*ମା'ଶ୍ୟାମାକାଳୀଙ୍କ ବାର୍ଷିକମହୋତ୍ପବ-୨୦୨୪ ଓ ତ୍ରୟୋଦଶ ଅଖଣ୍ଡ ଭଜନ ସମାରୋହ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ*

 *ମା'ଶ୍ୟାମାକାଳୀଙ୍କ ବାର୍ଷିକମହୋତ୍ପବ-୨୦୨୪ ଓ ତ୍ରୟୋଦଶ ଅଖଣ୍ଡ ଭଜନ ସମାରୋହ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ*


ଭୁବନେଶ୍ଵର (ମଣିଭଦ୍ରା ଖବର) ୨୦ହଜାର ଭକ୍ତଙ୍କ ପ୍ରସାଦସେବନ ବ୍ୟବସ୍ଥା, ଅଖଣ୍ଡ ଭଜନ ସମାରୋହ, ଓଡିଶୀନୃତ୍ୟ,ଭିନ୍ନକ୍ଷମ କଳାକାରଙ୍କ ଦ୍ବାରା ଭଜନ ପରିବେଷଣ, ସଂକୀର୍ତ୍ତନ ପରିବେଷଣ ଓ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ।*


*ଐତିହ୍ୟ କଟକ ସହରର ସର୍ବ'ପୂରାତନ ତଥା ମାଳିକା ରଚିତ କାଳିଆବୁଦା ମା'ଶ୍ୟାମାକାଳୀ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ କାଳୀପୂଜାରେ ମା'ଶ୍ୟାମାକାଳୀଙ୍କ ପୀଠରେ ବହୁ ଆଡମ୍ବରରେ ପୂଜାର୍ଚ୍ଚନା କରାଯିବା ସହ ମା'ଙ୍କ ବାର୍ଷିକମହୋତ୍ପବ-୨୦୨୪ ଓ ଅଖଣ୍ଡ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି କାର୍ଯ୍ୟକ୍ରମ ପାଇଁ ଆଜି ମା'ଙ୍କ ମନ୍ଦିରରେ ପରିଚାଳନା କମିଟି ତରଫରୁ 

ଶ୍ୟାମାକାଳୀ ମନ୍ଦିର ପରିଚାଳନା କମିଟିର ମୂଖ୍ୟ ପରିଚାଳକ ଅଶୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ପରିଚାଳନା କମିଟିର ଉପଦେଷ୍ଟା ତଥା  ବରିଷ୍ଠ ଆଇନଜୀବୀ ଇଶାନ୍ ମହାନ୍ତି ମନ୍ଦିରର ଉନ୍ନତିକରଣ,ମା'ଙ୍କ ମହିମା ସମ୍ପର୍କରେ ପ୍ରକାଶ କରିଥିଲେ।ଚଳିତ ବର୍ଷ ପୂଜାର ପ୍ରଥମ ଦିବସରେ ପ୍ରାତଃ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅଖଣ୍ଡ ଭଜନ ସମାରୋହ, ଅହରହ ପ୍ରସାଦସେବନ, ଦ୍ଵିତୀୟ ଦିନ ଓଡିଶୀ ନୃତ୍ୟ, ଭିନ୍ନକ୍ଷମ କଳାକାରଙ୍କ ଦ୍ଵାରା ଭଜନ ପରିବେଷଣ ଓ ତୃତୀୟ ଦିନ ସଂକୀର୍ତ୍ତନ ପରିବେଷଣ, ପୂଜାକମିଟି ସାହି ମୂରବୀ, ସମାଜସେବୀ, ସାମାଜିକ ସଂଗଠନ, ସାମ୍ବାଦିକ ଓ ବୁଦ୍ଧିଜୀବୀଙ୍କୁ ସମ୍ଭର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟିର ସଂଯୋଜକ ଜିତେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।ଆଶୁତୋଷ ମହାନ୍ତି,ଦୈତାରୀ ସ୍ଵାଇଁ, ପ୍ରକାଶ ପରିଡା,ଅଭୟ କୁମାର ପଣ୍ଡା,ଅକ୍ଷୟ ପଣ୍ଡା, ପ୍ରକାଶ ଦାଶ,ଗଣେଶ ରାଉତ, କର୍ପୋରେଟର ସୁବ୍ରତ ଘଡେ଼ଇ, ଜେ.କାମେଶ୍ଵର ରାଓ,ସ୍ଵର୍ଣ୍ଣପ୍ରଭା ପଶାୟତ ସମାଜସେବୀ ସଞ୍ଜୟ ଜେନା,ବିଜୟଲକ୍ଷ୍ମୀ ମହାପାତ୍ର, ଚିରଞ୍ଜୟ ସାହୁ,ବିଶ୍ଵଜିତ ଜେନା ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିବା ସହ ମା'ଙ୍କର ବାର୍ଷିକମହୋତ୍ପବ ବହୁ ଆଡମ୍ବରରେ କରାଯିବା ପାଇଁ ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ପ୍ରକାଶ କରିଛନ୍ତି।ଶିଖରପୁର ନଦୀକୂଳ ସାହି ଗଣେଶ କ୍ଲବ୍ କର୍ମକର୍ତ୍ତା ସହଯୋଗ କରିଥିଲେ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

أحدث أقدم
Header ADS