BREAKING
Loading...
:

୭୦ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

 ୭୦ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ଛାମୁଣ୍ଡିଆ ଆନୁକୁଲ୍ୟରେ ୭୦ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଛାମୁଣ୍ଡିଆ କୁଞ୍ଜବିହାରୀ ନୋଡାଲ ବିଦ୍ୟାପୀଠ ଏବଂ ଗୁପ୍ତେଶ୍ୱର ବିଦ୍ୟାପୀଠ ପରିସରରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । 

ଏହି କାର୍ଯ୍ୟକ୍ରମରେ ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା,ବନପାଳ ପ୍ରତାପ କୁମାର ସେଠୀ,ବନପାଳ କାଳନ୍ଦୀ ସାଠୁଆ,ବନପାଳ ଲୋକନାଥ ସେଠୀ,ବନପାଳ ସଞ୍ଜୟ ରାଉତଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ବନ୍ୟ ଜନ୍ତୁ ମାନଙ୍କୁ ସୁରକ୍ଷା ଦେବା ସହିତ ବୃକ୍ଷ ରୋପଣ କରିବା, ଜଙ୍ଗଲରେ ନିଆଁ ନଲଗାଇବା, ପରିବେଶ ପରିଷ୍କାର ରଖିବାକୁ ବନାଞ୍ଚଳ ଅଧିକାରୀ ମତବ୍ୟକ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS