ଭାପୁର ତରବାଲୋରେ ବାଣ ବିସ୍ଫୋରଣରେ ଜଣେ ଗୁରୁତର
ଭାପୁର (ମଣିଭଦ୍ରା ଖବର) ଶନିବାର ଭାପୁର ଅଞ୍ଚଳରେ ବାଣ ବିସ୍ଫୋରଣରେ ଜଣେ ଗୁରୁତର ହୋଇପଡିଥିବା ଜଣାପଡିଛି । ଭାପୁର ତରବାଲୋ ଅଞ୍ଚଳର ଆନନ୍ଦ ଦଳେଇଙ୍କ ପୁଅ ସୁଦର୍ଶନ ଦଳେଇ ଆଜି ସକାଳେ ୬ ଘଟିକା ସମୟରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଥିଲା ।
ବିସ୍ଫୋରଣରେ ସୁଦର୍ଶନଙ୍କ ଶରୀରର ବିଭିନ୍ନ ଅଂଶ ଜଳି ପୋଡ଼ି ଯାଇଥିବା ବେଳେ ଘରେ ଅଗ୍ନିକାଣ୍ଡ ଘଟି ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୁଦର୍ଶନକୁ ଭାପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق