BREAKING
Loading...
:

ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ମିଳିଲା ଆବାସ ଯୋଜନାରେ ଗୃହ

 ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ମିଳିଲା ଆବାସ ଯୋଜନାରେ ଗୃହ 


(ମଣିଭଦ୍ରା ଖବର) ବାତ୍ୟା ସମୟରେ ନିଜ ଜୀବନକୁ ବାଜି ଲଗାଇ ଅସହାୟ ଲୋକଙ୍କୁ ନିଜ କାନ୍ଧରେ କାନ୍ଧେଇ ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଥିବା ବହୁ ଚର୍ଚ୍ଚିତ ଆଶାକର୍ମୀ ଶିବାନୀ ମଣ୍ଡଳଙ୍କୁ ଗତକାଲି ଫୋନ ମାଧ୍ୟମରେ ଭୂୟସୀ ପ୍ରଶଂସା କରିବା ସହିତ ତାଙ୍କର ଅସୁବିଧା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ସେତେବେଳେ ଶିବାନୀ ତାଙ୍କ ନିଜର ଘରଟିଏ ନଥିବା ପ୍ରକାଶ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ଘର ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ତେବେ ୨୪ ଘଣ୍ଟା ନପୁରୁଣୁ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଶୃତି ପୂରଣ କରିଛନ୍ତି । ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଆଶା ଦିଦି ଶିବାନୀ ମଣ୍ଡଳ ମାନବିକତା ଓ  ନିସ୍ଵାର୍ଥପରତାର ଉତ୍କୃଷ୍ଟ ପ୍ରଦର୍ଶନ କରି ବାତ୍ୟା ଦାନା ସମୟରେ  ପ୍ରଂଶସନୀୟ କାର୍ଯ୍ୟ କରିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ) କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଶିବାନୀ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS