BREAKING
Loading...
:

ଆଶାକର୍ମୀଙ୍କ ମୃତ୍ୟୁ କୁ ନେଇ ଶୋକ

 ଆଶାକର୍ମୀଙ୍କ ମୃତ୍ୟୁ କୁ ନେଇ ଶୋକ 

ଭାପୁର, ୧୬/୯  (ମଣିଭଦ୍ରା ଖବର) ଭାପୁର ବ୍ଲକ ବାଇଗୁଁ ଣିଆ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟୁପଡା ଗ୍ରାମର ଆଶା କର୍ମୀ ଶାନ୍ତିଲତା ମହାପାତ୍ର(୫୪)ଙ୍କ ମୃତ୍ୟୁ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଆଶା କର୍ମୀ ଭାବେ ଖୁଣ୍ଟୁପଡା ଗ୍ରାମ, କୁଞ୍ଜବନ ପ୍ରସାଦ, କୁଞ୍ଜବିହାରୀପୁର ଶାସନ ଆଦି ୩ ଟି ଗ୍ରାମରେ କାର୍ଯ୍ୟ କରି ଗର୍ଭବତୀ ମହିଳା, କିଶୋର କିଶୋରୀ, ପ୍ରସ୍ତୁତି ମହିଳା, ଛୋଟ ଶିଶୁ ତଥା ଗ୍ରାମର ଜନ ସାଧାରଣ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ। ମାତ୍ର, ସୋମବାର ସକାଳ ୭ଘଟିକା ସମୟରେ ତାଙ୍କର ହୃଦଘାତରେ ପ୍ରାଣବାୟୁ ଚାଲି ଯାଇଥିଲା। ତାଙ୍କର ମୃତ୍ୟୁ ଖବର ପାଇ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗର ପରିଦର୍ଶକ ନିରାକାର ସାହୂ, ମହିଳା ସ୍ବାସ୍ଥ୍ୟକର୍ମୀ ଯଶ୍ମିତା ପଣ୍ଡା, ପୁରୁଷ ସ୍ବାସ୍ଥ୍ୟକର୍ମୀ କବିନ୍ଦ୍ର ପରିଡ଼ା, ସନ୍ତୋଷ ପଣ୍ଡା ଓ ଶରତ କୁମାର ଦାସ, ଆଶାକର୍ମୀ ମାନେ ବାସ ଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରି ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ ।

ବିଭୂତି ମହାପାତ୍ର, ଭାପୁର, ମଣିଭଦ୍ରା ଖବର 

Post a Comment

أحدث أقدم
Header ADS