ଦେବ ଶିଳ୍ପୀ ପ୍ରଭୁ ବିଶ୍ଵକର୍ମାଙ୍କ ପୂଜା ପାଳିତ
ଭାପୁର, ୧୬/୯(ମଣିଭଦ୍ରା ଖବର ) ଭାପୁର ବ୍ଲକ ଅଞ୍ଚଳର ପୁରପଲ୍ଲୀରେ ପ୍ରଭୁ ବିଶ୍ଵକର୍ମାଙ୍କ ପୂଜା ଧୁମ୍ ଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଭାପୁର ବ୍ଲକ ସଦର ମହକୁମା ସ୍ଥିତ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର କାର୍ଯ୍ୟାଳୟ, ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସରରେ , ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରଭୁ ବିଶ୍ଵକର୍ମା ମୂର୍ତ୍ତି ରଖି ରୀତି ନୀତି ଅନୁଯାୟୀ ହୋମ, ଆଳତୀ, ପୂଜାର୍ଚ୍ଚନା ପରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ଭାପୁର ଅଞ୍ଚଳର ବିଭିନ୍ନ ଗ୍ୟାରେଜ, କଳ କାରଖାନା, ଫେବ୍ରିକେସନ, ଓଲ୍ଡିଂ ଦୋକାନ ଆଦି ମାନଙ୍କରେ ବିଶ୍ଵକର୍ମା ପୂଜା ଧୁମ୍ ଧାମରେ ପାଳିତ ହୋଇଯାଇଛି। ପୂଜା ମଣ୍ଡପରେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହେଉଥିବା ବେଳେ ଶ୍ରଦ୍ଧାଳୁ ମାନେ ପ୍ରଭୁଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି।
ବିଭୂତି ମହାପାତ୍ର, ଭାପୁର
إرسال تعليق