BREAKING
Loading...
:

ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଦକ୍ଷିଣପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଛକ୍କା ପଞ୍ଚା

 



ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଦକ୍ଷିଣପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଛକ୍କା ପଞ୍ଚା ଲାଗି ରହିଥିବା ବେଳେ। ସେହି ଗ୍ରାମର ବୁଲୁ ଗୋଷ୍ଠି  ଦିନ ଦ୍ବିପହରରେ ଦକ୍ଷିଣପୁର ଛକ ନିକଟରେ ଉକ୍ତ ଗ୍ରାମର ଭବାନୀ ଏବଂ ତାର ଅନ୍ୟ ଦୁଇ ସହଯୋଗୀ କୁ ଖଣ୍ଡାରେ ଆକ୍ରମଣ କରି ଗାଡି ଚଡାଇ ମାରିବା ପାଇଁ ଉଦ୍ୟମ କରୁଥିବା ବେଳେ ହଠାତ୍ ସେହି ସମୟରେ ଗୋକର୍ଣ୍ଣ ପୁର ଅଞ୍ଚଳର ଦୁଇ ଜଣ ସ୍ବାମୀ ସ୍ତ୍ରୀ ଏକ ବାଇକ୍ ଯୋଗେ ସେହି ରାସ୍ତା ଦେଇ ଆସୁଥିଲେ। ଜୀବନ ବଞ୍ଚାଇବା ପାଇଁ ଭବାନୀ ଗୋଷ୍ଠି ର ତିନି ଜଣ ରାସ୍ତା ପାର୍ଶ କୁ ଡେଇ ପଡ଼ିଥିଲେ। ଯାହା ଫଳରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ଉକ୍ତ ବୁଲୁ ଗୋଷ୍ଠି ଗାଡି ଟି ଧକ୍କା ଦେବା ଫଳରେ ମହିଳା ଜଣ କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଖବର ପାଇ ଘଟଣା ପରେ ସଦର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଆହତ ଭବାନୀ  କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ସୂଚନା। ମୃତ ଶରୀର କୁ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଯାଇଥିବା ସୂଚନା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS