*ଚଢେଇଗୁଡା ଗାଁରେ ଅନୁଷ୍ଠିତ ହେଲା ଆମ ପୋଲିସ କାର୍ଯ୍ୟକ୍ରମ*
ବାଲିମେଳା ,
/
ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ପକ୍ଷରୁ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ
ରାସବେଡା ପଞ୍ଚାୟତ ଅଧୀନ ଚଢେଇଗୁଡା ଗାଁରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ପ୍ରମିଳା ଗୁଟା, କୁଡୁମୁଳୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମେମ୍ବର ବଳି ମାଝୀ, ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗି, ଏଏସଆଇ ସଂଜିତ କୁମାର ଟାକ୍ରୀ, ଗୁମ୍ମା ଫାଣ୍ଡି ଅଧିକାରୀ କୃଷ୍ଣ ଚନ୍ଦ୍ର ହିଆଲ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଶିବିରରେ ଉପସ୍ଥିତ ଥିବା ଅଞ୍ଚଳବାସୀ କିପରି ଭାବେ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ସାଇବର ଠକେଇରୁ ବଞ୍ଚିତ ରହିବେ ଏବଂ ଯଦି ଏପରି ଘଟଣା ନଜରକୁ ଆସେ ତେବେ ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ସ୍ଥନୀୟ ପୋଲିକୁ ଅବଗତ କରାଇବାକୁ ବିସ୍ତୃତ ଭାବେ ବୁଝାଇ କୁହାଯାଇଥିଲା।ଅଞ୍ଚଳରେ ଚାଲୁଥିବା ବାଲ୍ୟ ବିବାହ ପ୍ରଥାକୁ ସମ୍ପୂର୍ଣ ରୂପ ବନ୍ଦ କରିବାକୁ କୁହାଯାଇଥିଲା। ମଦ୍ୟପାନ କରି ଗାଡି ନ ଚଳାଇବା, ବାଇକ ଚଳାଇବା ବେଳେ ହେଲମେଟ ପିନ୍ଧିବା ଏବଂ ଚାରିଚକିଆ ଯାନ ଚଳାଇବା ବେଳେ ସିଟବେଲ୍ଟ ବ୍ୟବହାର କରିବା ସହ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ମୋଟର ଆଇନ ଓ ଦଣ୍ଡାବଳି ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଯେ କୌଣସି ସ୍ଥାନରେ ଦୁର୍ଘଟଣାରେ ଯଦି କେହି ଆହତ ହୁଅନ୍ତି ତେବେ ଏନେଇ ଥାନାରେ ରିପୋର୍ଟ କରି ମାମଲା ରୁଜୁ କଲେ ସରକାରଙ୍କ ପକ୍ଷରୁ ଉକ୍ତ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ଦେଢ଼ ଲକ୍ଷ ଟଙ୍କା ପଯ୍ୟନ୍ତ ସହାୟତା ରାଶି ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରହିଥିବା ସମ୍ପର୍କରେ ସମସ୍ତଙ୍କୁ ବୁଝାଇ
କୁହାଯାଇଥିଲା ଏହି ଶିବିରରେ ଚଢେଇଗୁଡା ଗ୍ରାମବାସୀଙ୍କ ସମେତ ବନ୍ଧଗୁଡା, ରାସବେଡା କୁପୁଲିଗୁଡା, ବୁଟିଗୁଡା କଲୋନୀ, ଭଞ୍ଜଗୁଡା, ନନ୍ଦିନୀଗୁଡା ଗ୍ରାମବାସୀଙ୍କ ସମେତ ଆଖ ପାଖ ବହୁ ଗ୍ରାମର ପ୍ରାୟ ୨୦୦ ରୁ ଉର୍ଦ୍ଧ ଅଞ୍ଚଳବାସୀ ଯୋଗ ଦେଇଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق