BREAKING
Loading...
:

ବସ୍ ଦୁର୍ଘଟଣାରେ ମହିଳା ମୃତ

 ବସ୍ ଦୁର୍ଘଟଣାରେ ମହିଳା ମୃତ

   

  ଭାପୁର - ୧୬/୦୯(ମଣିଭଦ୍ରା ଖବର) ଫତେଗଡ ଥାନା ଗୋଳାପୋଖରୀ ପଞ୍ଚାୟତ ଅନ୍ତର୍ଗତ      କରଡାପଲ୍ଲି ଗ୍ରାମରେ ସୋମବାର ଦିନ ସକାଳୁ ସକାଳୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେହି ଗ୍ରାମର ଧୁସା ବେହେରା ଙ୍କ ସ୍ତ୍ରୀ ହୁଲ୍ଲାସ ବେହେରା (୫୦) ଭୁବନେଶ୍ୱର ଯିବାପାଇଁ ନିଜ ଗ୍ରାମର ଛକ ଉପରେ ଛିଡା ହୋଇଥିବାବେଳେ ଭାପୁର ବାଇପାସ୍ ରାସ୍ତା ପଟୁ ଯାଉଥିବା କୁମାର ନାମକ ଏକ ଘରୋଇ ବସ୍ (ଓଡ଼ି-୨୫- ଏନ-୦୪୧୫)ତାଙ୍କୁ ଧକ୍କା ଦେଇ ଚାଳକ ଜଣଙ୍କ କଟକ ଜିଲ୍ଲା ଧଳାପଥର ଫାଣ୍ଡିରେ ବସ୍ ସହିତ ଆତ୍ମସମର୍ପଣ କରିଥିଲା  ।

 ଧଳାପଥର ପୋଲିସ ଚାଳକ ସହିତ ବସ୍ କୁ ଜବତ କରିବା ପରେ ଫତେଗଡ ଥାନାକୁ ଖବର ଦେଇଥିଲେ । ଥାନା କର୍ମଚାରୀ ଙ୍କ ସହିତ ଭାପୁର ବିଟ୍ ହାଉସ୍ ଅଧିକାରୀ ସଞ୍ଜୟ କୁମାର ପରିଡ଼ା  ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ଦୁର୍ଘଟଣାରେ ଶିକାର ହୋଇଥିବା ମହିଳା  ମୃତ୍ୟୁବରଣ କରିବା ସହିତ ଉତ୍ୟକ୍ତ ଜନତା ଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଖଣ୍ଡପଡ଼ା ପଠେଇଥିବା ଥାନା ସୂତ୍ରରୁ ପ୍ରକାଶ ।

ବିଭୂତି ମହାପାତ୍ର, ଭାପୁର ମଣିଭଦ୍ରା ଖବର 

Post a Comment

أحدث أقدم
Header ADS