ନାଳ ଉପରେ ସେତୁ ନିର୍ମାଣ ଦାବୀ
ନୂଆଗାଁ (ମଣିଭଦ୍ରା ଖବର) ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇଛି ଦଶପଲ୍ଲା ବ୍ଳକ ନୂଆଗାଁ ପଞ୍ଚାୟତର ଦୋଳମୁଣ୍ଡାଇ ଠାରେ ଗତ କାଲି ବର୍ଷ ରେ ନାଳରେ ଜଳସ୍ତର ବୃଦ୍ଧି ଯୋଗୁଁ ନାଳରେ ଗୋଟିଏ ଗଛ ଭାସି ଆସି ଥିବା ଯୋଗୁଁ ନାଳରେ ଗଛଟି ଅଟକି ରହିଯାଇଛି ଏହା ଫଳରେ ୧୦ ଖଣ୍ଡ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛନ୍ତି। ଠୁକେଇ ନାଳ ଓ କଳସ ନାଳ ରେ ଜଳସ୍ତର ବୃଦ୍ଧି ଯୋଗୁଁ ଦୋଳମୁଣ୍ଡାଇ ନାଳ ରେ ଗଛଟି ଭାସିଆସି ଅଟକି ଯାଇ ଅଛି ଫଳରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଦୋଳମୁଣ୍ଡାଇ ସମେତ ୧୦ ଖଣ୍ଡ ଗ୍ରାମ ଗୁଡ଼ିକ ଯୋଗାଯୋଗ ରୁ ବିଛିନ୍ନ ସୋଇଛି। ଏକ ମାତ୍ର ଏ ରାସ୍ତା ଉପରେ ଅଞ୍ଚଳ ବାସୀ ଯାତାୟତ ପାଇଁ ନିର୍ଭର କରିଥାନ୍ତି। ସ୍ବାସ୍ଥ୍ୟ ସେବାଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ଓ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କୁ ଯିବା ପାଇଁ ଏ ରାସ୍ତାକୁ ଭରସା କରିଥାନ୍ତି । ଗଛଟି କୁ ଗ୍ରାମବାସୀଙ୍କ ଉଦ୍ୟମରେ ନାଳରୁ ବାହାର କରାଯାଇଥିଲା। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କେହି ବି ଏଥି ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି। ତୁରନ୍ତ ଉକ୍ତ ଗ୍ରାମକୁ ନାଳ ଉପରେ ଗୋଟିଏ ସେତୁ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ଆକାଶ କୁମାର ନାୟକ, ନୂଆଗାଁ ମଣିଭଦ୍ରା ଖବର
إرسال تعليق