BREAKING
Loading...
:

ଜାପାନ ଏବଂ ରୁଷ୍‌କୁ ପଛରେ ପକାଇଲା ଭାରତ, ଏସିଆର ତୃତୀୟ ସୁପର ପାଓ୍ୱାର ହେଲା ଦେଶ

 ଜାପାନ ଏବଂ ରୁଷ୍‌କୁ ପଛରେ ପକାଇଲା ଭାରତ, ଏସିଆର ତୃତୀୟ ସୁପର ପାଓ୍ୱାର ହେଲା ଦେଶ

ଭୁବନେଶ୍ଵର (ମଣିଭଦ୍ରା ଖବର)ଭାରତ ସୁପର ପାଓ୍ୱାର । ଏସିଆ ମହାଦେଶର ସୁପର ପାଓ୍ୱାର ପାଲଟିଲା ଭାରତ । ରୁଷ୍, ଜାପାନକୁ ପଛରେ ପକାଇ ଭାରତ ଏହି କିର୍ତ୍ତୀମାନ ହାସଲ କରିଛି । ଭାରତ ଆଗକୁ କେବଳ ରହିଛନ୍ତି ଚୀନ୍ ଏବଂ ଆମେରିକା । ଏସିଆ ପାଓ୍ୱାର ଇଣ୍ଡେକ୍ସ ୨୦୨୪ ରିପୋର୍ଟରେ ଏହି ଖୁଲାସା ହୋଇଛି । 


ଅର୍ଥନୀତି, ସେନା ଶକ୍ତି, ବୈଦେଶିକ ରଣନୀତିର ଆଧାରକୁ ନେଇ ଏସିଆର ୨୭ ଦେଶର ମୂଲ୍ୟାଙ୍କନ କରାଯାଇଥିଲା । ଯେଉଁଥିରେ ଗତ ୬ ବର୍ଷ ମଧ୍ୟରେ ଏସିଆର ଶକ୍ତି ସନ୍ତୁଳନରେ କିପରି ବିକଶିତ ହୋଇଛି, ଯେଉଁଥିରେ ରୁଷ୍ ଓ ଜାପାନ ପରି ଶକ୍ତିଶାଳୀ ଦେଶ ଠାରୁ ଆଗକୁ ଟପିଯାଇଛି ଭାରତ । ସେହି ସବୁକୁ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।


ରିପୋର୍ଟରେ ହୋଇଥିବା ବିଶ୍ଲେଷଣ ମୁତାବିକ, ଯୁକ୍ତରାଷ୍ଟ୍ର ଆମେରିକା ଏସିଆର ନିଜର ପ୍ରଭାବ ଜାରି ରଖିଛି । ଯାହାଫଳରେ ଏହି ଲିଷ୍ଟରେ ସେ ଟପ୍ରେ ରହିଛି । ଏହାପଛକୁ ରହିଛି ଚୀନ୍ । ପୁରା ଏସିଆ ଚୀନ୍ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରିବାରେ ଲାଗିଛି । ହେଲେ ଅର୍ଥନୈତିକ ସ୍ତରରେ ସ୍ଥିର ରହିଛି ଚୀନ୍ । ଏହାସବୁ କାରଣ ପାଇଁ ଚୀନ୍ ତାଲିକାରେ ୨ୟ ସ୍ଥାନରେ ରହିଛି । ଏହାପଛକୁ ରହିଛି ଭାରତ । ପୁରା ବିଶ୍ୱରେ ପ୍ରଥମ ଥର ପାଇଁ ଭାରତ ଜାପାନ ଏବଂ ରୁଷ୍କୁ ପଛରେ ପକାଇଛି । ଏସିଆରେ ନିଜର ସୈନ୍ୟ ଶକ୍ତି ସହ ସମସ୍ତ କ୍ଷେତ୍ରରେ ଭାରତ ଅଗ୍ରସର ହୋଇଚାଲିଛି । ଯାହାକି ଭାରତକୁ ତୃତୀୟ ସ୍ଥାନରେ ପହଞ୍ଚାଇଛି । 


ସେହିପରି ରିପୋର୍ଟରେ ଦିଆଯାଇଛି ରାଙ୍କି ଅନୁସାରେ


ଆମେରିକା- ୮୧.୭ ପଏଣ୍ଟ


ଚୀନ୍ – ୭୨.୭ ପଏଣ୍ଟ


ଭାରତ- ୩୯.୧ ପଏଣ୍ଟ


ଜାପାନ- ୩୮.୯ ପଏଣ୍ଟ


ରୁଷିଆ- ୩୧.୧ ପଏଣ୍ଟ


ଦକ୍ଷିଣ କୋରିଆ- ୩୧.୦ ପଏଣ୍ଟ


ସିଙ୍ଗାପୁର – ୨୬.୪ ପଏଣ୍ଟ


ଇଣ୍ଡୋନେସିଆ- ୨୨.୩ ପଏଣ୍ଟ


ଭାଇଲାଣ୍ଡ- ୧୯.୮ ପଏଣ୍ଟ


ପାକିସ୍ତାନ- ୧୪.୦ ପଏଣ୍ଟ


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

أحدث أقدم
Header ADS