BREAKING
Loading...
:

ସୁଭଦ୍ରା ଯୋଜନା,ଖୋଲୁନି ସାଇଟ୍, ହିତାଧିକାରୀ ନିରାଶ

 ସୁଭଦ୍ରା ଯୋଜନା,ଖୋଲୁନି ସାଇଟ୍, ହିତାଧିକାରୀ ନିରାଶ

ଗଣିଆ (ମଣିଭଦ୍ରା ଖବର) ସାରା ରାଜ୍ୟରେ ଏବେ ସୁଭଦ୍ରା ଯୋଜନା ପାଇଁ ବିଭିନ୍ନ ଜନସେବା କେନ୍ଦ୍ରରେ ଅସମ୍ଭାଳ ଭିଡ । ସକାଳୁ ଧାଡିରେ ରହି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି  ମହିଳା ମାନଙ୍କୁ । ତେବେ ଗତ ୪ ତାରିଖରେ ସୁଭଦ୍ରା ପୋର୍ଟାଲ ଖୋଲିଥିବା ବେଳେ ବର୍ତମାନ ସୁଦ୍ଧା ହାତଗଣତି ହିତାଧିକାରୀ ଆବେଦନ କରିଥିବା ବେଳେ ଶହ ଶହ ଆବଦନପତ୍ର ମୋ ସେବା କେନ୍ଦ୍ର ଏବଂ ଜନସେବା କେନ୍ଦ୍ରରେ ଗଦା ହୋଇ ପଡ଼ିରହିଛି । ସୁଭଦ୍ରା ପୋର୍ଟାଲରେ ସର୍ଭର ସମସ୍ୟା ଥିବାରୁ ସାଇଟ୍ ଖୋଲୁନାହି । ଫଳରେ ଆବେଦନ ନକରି ପାରି ନିରାଶ ହୋଇ ମହିଳା ମାନେ ଘରକୁ ଫେରୁଛନ୍ତି । ତେବେ ସୁଭଦ୍ରା ଯୋଜନା ଆବେଦନ କରିବା ପାଇଁ କୌଣସି ଶେଷ ତାରିଖ ନଥିବାରୁ ହିତାଧିକାରୀ ମାନେ ବ୍ୟସ୍ତ ନହୋଇ ଅପେକ୍ଷା କରିବାକୁ ବିଭାଗୀୟ ଅଧିକାରୀ ପରାମର୍ଶ ଦେଇଛନ୍ତି ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS