ଭାରତରେ ତିଆରି ହେଉଛି ବିଶ୍ଵର ୨ୟ ବୃହତ୍ତମ ହସ୍ପିଟାଲ
ବ୍ୟୁରୋ ( ମଣିଭଦ୍ରା ଖବର)ଭାରତରେ ତିଆରି ହେଉଛି ବିଶ୍ଵର ୨ୟ ବୃହତ୍ତମ ହସ୍ପିଟାଲ। ଏହି ହସ୍ପିଟାଲର ନିର୍ମାଣ ବିହାର ରାଜ୍ୟରେ ଚାଲିଛି, ଯାହାର ନାଁ ହେଉଛି ପଟନା ମେଡିକାଲ କଲେଜ ଏବଂ ହସ୍ପିଟାଲ(ପଟନା ଡାକ୍ତରୀ ମହାବିଦ୍ୟାଳୟ ଏବଂ ଡାକ୍ତରଖାନା)। ଏହି ଡାକ୍ତରଖାନା ନିର୍ମାଣ ପାଇଁ ୫୫୪୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ଜରିଆରେ ବିଶ୍ଵସ୍ତରୀୟ ଡାକ୍ତରୀ ଶିକ୍ଷା ଏବଂ ସ୍ଵାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟ ରଖାଯାଇଛି।
ଡାକ୍ତରଖାନାଟି ୫୪୬୨ ଶଯ୍ୟା ବିଶିଷ୍ଟ ହେବ। ଡାକ୍ତରୀ ପଢ଼ିବା ଲାଗି ମହାବିଦ୍ୟାଳୟରେ ୨୫୦ ଏମବିବିଏସ ଆସନ ରହିବ। ଏହା ସହିତ ୨୦୦ ସ୍ନାତକୋତ୍ତର ଆସନ ବି ରହିବ। ୧୯୨୫ ମସିହାରେ ଏହି ଡାକ୍ତରଖାନା ପ୍ରତିଷ୍ଠା ହୋଇଥିଲା। ୨୦୨୧ରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ହସ୍ପିଟାଲକୁ ବିଶ୍ଵର ୨ୟ ବୃହତ୍ତମ ଡାକ୍ତରଖାନାର ନୂଆ ରୂପ ଦେବା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ବର୍ତ୍ତମାନ ସମୟରେ ଚୀନରେ ବିଶ୍ଵର ସର୍ବବୃହତ୍ତ ଡାକ୍ତରଖାନା ରହିଛି। ଚୀନର ଜେଙ୍ଗଝୋଉ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ଏହି ଡାକ୍ତରଖାନାରେ ୭୦୦୦ ଶଯ୍ୟା ରହିଛି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
إرسال تعليق