BREAKING
Loading...
:

ରାସ୍ତା ଅବସ୍ଥା ଶୋଚନୀୟ,ସ୍କୁଲ ଯାଇ ପାରୁ ନାହାନ୍ତି ଛାତ୍ର ଛାତ୍ରୀ

 ରାସ୍ତା ଅବସ୍ଥା ଶୋଚନୀୟ,ସ୍କୁଲ ଯାଇ ପାରୁ ନାହାନ୍ତି ଛାତ୍ର ଛାତ୍ରୀ 

ଗଣିଆ (ମଣିଭଦ୍ରା ଖବର) ଗାଁ ଗାଁରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା । ଏପରିକି ଗାଁରେ ଥିବା ଶ୍ମଶାନ ରାସ୍ତା ସିମେଣ୍ଟ କଂକ୍ରିଟ ହୋଇ ଚକଚକ ମାରୁଥିବା ବେଳେ ଯେଉଁଠି ରାସ୍ତା ଆବଶ୍ୟକ ସେଠାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ବଡ଼ସିଲିଙ୍ଗା ପଞ୍ଚାୟତରେ ଥିବା ସାକିଣି,ଟୁଲକପାଟିଆ ଏବଂ ଧୁଆପାଜୁ ଗ୍ରାମରେ ଥିବା ରାସ୍ତାକୁ ଦେଖିଲେ ସରକାରଙ୍କର ପାରିବା ପଣିଆ ସ୍ପଷ୍ଟ ବାରି ହୋଇପଡୁଛି । ନୟାଗଡ଼ ଜିଲ୍ଲାର ପଛୁଆ ଅଞ୍ଚଳ ଭାବେ ପରିଗଣିତ ବଡ଼ସିଲିଙ୍ଗା ପଞ୍ଚାୟତରେ ଏହି ୩ଟି ଗ୍ରାମରେ ଲୋକେ ଚାଲି କରି ଯିବା ଅସମ୍ଭବ ହୋଇପଡିଛି । ରାସ୍ତା ଅବସ୍ଥା ଏଭଳି  ଶୋଚନୀୟ ଯୋଗୁଁ ଛାତ୍ର ଛାତ୍ରୀ ମାନେ ସ୍କୁଲ ଯାଇ ପାରୁ ନାହାନ୍ତି । ଉକ୍ତ ଗ୍ରାମ ଠାରୁ ବିଦ୍ୟାଳୟ ୪/୫ କିଲୋମିଟର ଦୂର ହୋଇଥିବା ବେଳେ ବାଟ ସାରା ଏଭଳି ରାସ୍ତା ଥିବାରୁ ସ୍କୁଲ ଯିବାକୁ ପିଲାମାନେ ଇଛା କରୁ ନାହାନ୍ତି । ଫଳରେ ସେମାନଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଯାଇଛି। ଅପହଞ୍ଚ ଇଲାକା ଭାବେ ପରିଗଣିତ ଥିବାରୁ ଏଠାରେ ବାବୁ ମାନଙ୍କର ପାଦ ପଡୁନାହିଁ । ଧୁଆପାଜୁ ଗ୍ରାମରେ ପାନୀୟ ଜଳ ସଙ୍କଟ ଥିବାରୁ ଲୋକେ ଚୁଆ ପାଣି ବ୍ୟବହାର କରୁଥିବା "ପ୍ରତିକାର" ଖବରକାଗଜରେ ଗତକାଲି ପ୍ରକାଶିତ ହୋଇଥିଲା । କହିବାକୁ ଗଲେ ସମସ୍ୟାର ମାୟା ଜାଲରେ ଛନ୍ଦି ହୋଇଯାଇଛି ଉକ୍ତ ୩ ଗୋଟି ଗ୍ରାମ । ବିଶେଷକରି ବର୍ଷାଦିନେ ଏହି ରାସ୍ତାରେ ପାଦରେ ଚାଲିକରି ଯିବା କଷ୍ଟକର ପାଲଟିଛି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କେହି ବି ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି । ତେଣୁ ତୁରନ୍ତ ଉକ୍ତ ଗ୍ରାମକୁ ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS