BREAKING
Loading...
:

କଂଗ୍ରେସର ଜିଲ୍ଲା ପରିଷଦ ଜୋନ୍ ସଭାପତି ଚୟନ ପାଇଁ ବୈଠକ

 କଂଗ୍ରେସର ଜିଲ୍ଲା ପରିଷଦ ଜୋନ୍ ସଭାପତି ଚୟନ ପାଇଁ ବୈଠକ




 ଗଣିଆ ୦୮/୦୬(ମଣିଭଦ୍ରା ଖବର) ଗଣିଆ ବ୍ଲକ୍ କଂଗ୍ରେସ କମିଟିର ଜିଲ୍ଲାପରିଷଦ ଜୋନ ସଭାପତି ଚୟନ ପାଇଁ ଛାମୁଣ୍ଡିଆ  ଠାରେ ଏକ ସଭା ଆୟୋଜନ କରାଯାଇଥିଲା।  ଗଣିଆ ବ୍ଲକ୍ କଂଗ୍ରେସ ସଭାପତି ଅବଦୁଲ ହଲିମ ଖାଁଙ୍କ ସଭାପତିତ୍ୱରେ ଜିଲ୍ଲା କଂଗ୍ରେସ ଉପସଭାପତି ସୁକାନ୍ତ କୁମାର ଶତପଥୀ, ଗଣିଆ ବ୍ଲକ୍ କଂଗ୍ରେସର ବରିଷ୍ଠ ନେତା ତ୍ରିନାଥ ବେହେରା,କୁମରବର ବେହେରା,ପ୍ରଦୀପ୍ତ କୁମାର ମହାପାତ୍ର,ସୁନୀଲ କୁମାର ପରିଡ଼ାଙ୍କ ସମେତ  ଶକ୍ତି ପ୍ରସାଦ ପରିଡା, କୈଳାଶ ମହାପାତ୍ର, ବିପିନ କୁମାର ମହାପାତ୍ର ଯୋଗ ଦେଇଥିଲେ।  କଂଗେସକୁ ସୃଦୃଢ଼ କରିବା ପାଇଁ ସମସ୍ତ କର୍ମୀ ମାନେ ଏକଜୁଟ ହୋଇ ସଂଗଠନକୁ ମଜଭୁତ କରିବା ପାଇଁ ଆହ୍ୱାନ କରିଥିଲେ ।  ସର୍ବସମ୍ମତି କ୍ରମେ ଜୋନ ସଭାପତି ଚୟନ ପାଇଁ ତିନି ଜଣ କୁମର ବେହେରା, ସୁନୀଲ କୁମାର ପରିଡ଼ା ,ବିପିନ କୁମାର ମହାପାତ୍ରଙ୍କ ଙ୍କ ନାମକୁ ସୁପାରିଶ କରାଯାଇଥିଲା ।  ଜିଲ୍ଲା ସଭାପତି, ପି ସି ସି ସଭାପତି ଓ ଜିଲ୍ଲାର ନେତ୍ରୁବୃନ୍ଦଙ୍କ ଅବଗତି ନିମନ୍ତେ ଅନୁମୋଦନ ପାଇଁ ପଠା ଯାଇଥିବା ଗଣିଆ ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ଖାଁ  ପ୍ରକାଶ କରିଛନ୍ତି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS