BREAKING
Loading...
:

୭ଟି ଓ୍ବାର୍ଡରେ ଉନ୍ନୟନମୂଳକ କାର୍ଯ୍ୟ ଠପ୍, ନାହାନ୍ତି ଓ୍ବାର୍ଡମେମ୍ବର

 ୭ଟି ଓ୍ବାର୍ଡରେ ଉନ୍ନୟନମୂଳକ କାର୍ଯ୍ୟ ଠପ୍, ନାହାନ୍ତି ଓ୍ବାର୍ଡମେମ୍ବର 

ଗଣିଆ (ମଣିଭଦ୍ରା ଖବର) ପଞ୍ଚାୟତ ଗୁଡିକର ବିଭିନ୍ନ ଓ୍ବାର୍ଡରେ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା, ଓ୍ବାର୍ଡର ଉନ୍ନତି କରିବା, ଜନସଚେତନତା ସୃଷ୍ଟି କରିବା, ଜନସାଧାରଣଙ୍କ ସୁଖ ଦୁଃଖରେ ସାମିଲ ହେବା ପାଇଁ ପ୍ରତି ପଞ୍ଚାୟତରେ ଓ୍ବାର୍ଡମେମ୍ବର ନିଯୁକ୍ତି କରାଯାଇଛି । ପଞ୍ଚାୟତ ନିର୍ବାଚନ ସମୟରେ ସରପଞ୍ଚ, ସମିତି ସଭ୍ୟ ଏବଂ ଓ୍ବାର୍ଡସଭ୍ୟ ନିର୍ବାଚନ କରାଯାଇଥାଏ । କିନ୍ତୁ ଗଣିଆ ବ୍ଳକରେ ଗତ ପଞ୍ଚାୟତ ନିର୍ବାଚନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗତ ୨୦୨୨ ମସିହା ଫେବୃୟାରୀ ମାସରେ ତ୍ରିସ୍ତରୀୟ  ପଞ୍ଚାୟତ ନିର୍ବାଚନ ହୋଇଥିବା ବେଳେ ଗଣିଆ ବ୍ଳକରେ ୭ଟି ଓ୍ବାର୍ଡ ସଂରକ୍ଷିତ ହୋଇଥିବାରୁ ଆବଶ୍ୟକ ପ୍ରାର୍ଥୀ ନଥିବାରୁ ଏଠାରେ ନାମାଙ୍କନ ହୋଇପାରି ନଥିଲା । ଫଳରେ ନିର୍ବାଚନ ଶେଷ ହେବାର ଅଢେଇ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ବ୍ଳକର ଗଣିଆ ପଞ୍ଚାୟତର ୯ନ° ଓ୍ବାର୍ଡ, ଛାମୁଣ୍ଡିଆର ୬ନ° ଓ୍ବାର୍ଡ, କିଶୋର ପ୍ରସାଦର ୭ନ° ଓ୍ବାର୍ଡ,କରଡାପଡାର ୯ନ° ଓ୍ବାର୍ଡ,ବେଲପଡାପାଟଣାର ୨ନ° ଓ୍ବାର୍ଡ ଏବଂ ବଡସିଲିଙ୍ଗାର ୮ନ° ଓ ୧୧ ନ° ଓ୍ବାର୍ଡରେ ଓ୍ବାର୍ଡମେମ୍ବର ନଥିବାରୁ ଉପରୋକ୍ତ ଓ୍ବାର୍ଡରେ ଉନ୍ନୟନମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି । ଫଳରେ ଉକ୍ତ ଓ୍ବାର୍ଡ ଗୁଡିକରେ ନାନାଦି ସମସ୍ୟା ଲାଗିରହିଛି ।   କୈାଣସି କାରଣରୁ ନିର୍ବାଚନ ହୋଇ ପାରିନଥିବା ସ୍ଥାନ ଗୁଡିକରେ ୬ ମାସ ଭିତରେ ସାନି ମତଦାନ ହେବା ପାଇଁ ନିର୍ବାଚନ ଗାଇଡ ଲାଇନ ଥିବାବେଳେ ପାଖାପାଖି ୩ ବର୍ଷ ବିତିବାକୁ ବସିଥିବା ବେଳେ ଏହି ଓ୍ବାର୍ଡ ଗୁଡିକରେ ନିର୍ବାଚନ ହୋଇପାରୁନାହିଁ । ନିର୍ବାଚନ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି  । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS