ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କ ପରଲୋକ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣା ପଞ୍ଚାୟତର ପୂର୍ବତନ ସମ୍ପାଦକ ସାରଙ୍ଗ ଧର ସାହୁଙ୍କର ପରଲୋକ ଘଟିଛି । ସେ ତାଙ୍କ ନିଜ ଘରେ ଥିବା ବେଳେ ଆଜି ଦିନ ୧୨.ଘ୩୦ମି ସମୟରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସେ ଜଣେ ମେଳାପି ତଥା ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ପୁତ୍ର ମୃତ୍ୟୁ ବରଣ କରିସାରିଥିବା ବେଳେ ନାତି(ଝିଅର ପୁଅ) ମୁଖାଅଗ୍ନି ଦେଇଥିଲେ । ଘରେ ଏବେ ତାଙ୍କ ଧର୍ମପତ୍ନୀ ଏବଂ ଛୋଟ ନାତୁଣୀ ବେସାହାରା ହୋଇ ପଡିଛନ୍ତି । ସେମାନଙ୍କ ଲାଳନପାଳନ ପାଇଁ କିଛି ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment