BREAKING
Loading...
:

ରାଜ୍ୟ ରାଜପଥ ଅବରୋଧ କରି ପଡ଼ି ରହିଛି ଗାଡି, ଯାତାୟାତରେ ବାଧା

 ରାଜ୍ୟ ରାଜପଥ ଅବରୋଧ କରି ପଡ଼ି ରହିଛି ଗାଡି, ଯାତାୟାତରେ ବାଧା 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ କରଡାପଡା ପଞ୍ଚାୟତ ରଗଡ଼ି ସାହି ଠାରେ ଗଣିଆ-ଦଶପଲ୍ଲା ରାଜ୍ୟ ରାଜପଥରେ ଏକ ଗାଡି ଦୀର୍ଘ ୪ମାସରୁ ଅଧିକ ହେବ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ଗାଡ଼ିଟି କାହାର,କିଏ ଏହାର ମାଲିକ ଏବଂ କାହିଁକି ଦୀର୍ଘ ଦିନ ହେବ ସେଠାରେ ପଡ଼ି ରହିଛି ଏ ସମ୍ପର୍କରେ କେହି ବି ଜାଣି ନାହାନ୍ତି । ତେବେ ଏହି ରାସ୍ତାଟି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନ° ରାଜ୍ୟ ରାଜପଥ ସହିତ ସଂଯୁକ୍ତ ହୋଇଥିବା ବେଳେ ପ୍ରତିଦିନ ଏହି ରାସ୍ତାରେ ଶହ ଶହ ବସ୍, ଟ୍ରକ,ଗାଡି ଯିବା ଆସିବା କରୁଛି । ରାସ୍ତା ଉପରେ ଅନ୍ଧାରରେ ଏହି ଗାଡ଼ିଟି ଏଭଳି ପଡ଼ି ରହିଥିବା ବେଳେ ରାତ୍ରିରେ ଅନେକ ସମୟରେ ଛୋଟମୋଟ ଦୁର୍ଘଟଣା ଘଟୁଛି । ଦୀର୍ଘ ଦିନ ହେବ ଏହି ଗାଡିଟି ଏହି ଠାରେ ପଡ଼ି ରହିଥିଲେ ମଧ୍ୟ ଏହାର ମରାମତି କରାଯାଉନାହିଁ କିମ୍ବା ସେଠାରୁ ସ୍ଥାନାନ୍ତର କରାଯାଉନାହିଁ । ଗାଡିଟିର ଆଗଚକା ମଧ୍ୟ ନଥିବା ଦେଖିବାକୁ ମିଳିଛି । ଗାଡି ଭିତରୁ ଅନେକ ସାମଗ୍ରୀ ଚୋରି ହୋଇଯାଇଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ତେବେ ପ୍ରଶାସନିକ  ଅଧିକାରୀ ତୁରନ୍ତ ରାସ୍ତା ଉପରେ ଅବରୋଧ ଥିବା ଉକ୍ତ ଗାଡିଟିକୁ ସେଠାରୁ ହଟାଇବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 





Post a Comment

Previous Post Next Post
Header ADS