BREAKING
Loading...
:

ପଥରଦ୍ବାର ଗ୍ରାମରେ ପାଗଳର ଉନ୍ମତକାଣ୍ଡ,ଟାଙ୍ଗିଆ ଚୋଟରେ ବୃଦ୍ଧ ମୃତ

 ପଥରଦ୍ବାର ଗ୍ରାମରେ ପାଗଳର ଉନ୍ମତକାଣ୍ଡ,ଟାଙ୍ଗିଆ ଚୋଟରେ ବୃଦ୍ଧ ମୃତ 

ଖଣ୍ଡପଡ଼ା (ମଣିଭଦ୍ରା ଖବର) ଖଣ୍ଡପଡ଼ା ଥାନା ବେଣାଗାଡିଆ ପଞ୍ଚାୟତ ପଥରଦ୍ବାର ଗ୍ରାମରେ ଏକ ପାଗଳର ମରଣାତ୍ମକ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ପଥରଦ୍ବାର ଗ୍ରାମର ଜୟକୃଷ୍ଣ ଦଳେଇ । ଘଟଣାରୁ ଜଣାପଡିଛି ଯେ ଜୟକୃଷ୍ଣ ଖାଇସାରି ବିଶ୍ରାମ ନେଉଥିବା ବେଳେ ଗ୍ରାମର ଗୋପାଳ ବିଶ୍ବାଳଙ୍କ ପୁଅ ସଞ୍ଜୟ ବିଶ୍ବାଳ ସେଠାରେ ହଠାତ୍ ପହଞ୍ଚି ଗୋଟିଏ ଟାଙ୍ଗିଆରେ ଜୟକୃଷ୍ଣଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ସଞ୍ଜୟ କାହିଁକି ଜୟକୃଷ୍ଣଙ୍କୁ ହତ୍ୟା କଲା ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଖଣ୍ଡପଡ଼ା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଶାନ୍ତିଶୃଙ୍ଖଳା ବଜାୟ ପାଇଁ ଗ୍ରାମରେ ପୋଲିସ ମୁତୟନ କରାଯାଇଛି । 


ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS