BREAKING
Loading...
:

ଆସିଲା ଲ୍ୟାବ ରିପୋର୍ଟ : ତିରୁପତି ଲଡୁରେ ମିଶୁଛି ପଶୁ ଚର୍ବି

 ଆସିଲା ଲ୍ୟାବ ରିପୋର୍ଟ : ତିରୁପତି ଲଡୁରେ ମିଶୁଛି ପଶୁ ଚର୍ବି


(ମଣିଭଦ୍ରା ଖବର) ତିରୁପତି ଲଡୁରେ ମିଶୁଛି ପଶୁ ଚର୍ବି। ଏନେଇ ସ୍ପଷ୍ଟ କରିଛି ଲ୍ୟାବ ରିପୋର୍ଟ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ତିରୁପତି ଲଡୁରେ ପଶୁ ଚର୍ବି ମିଶୁଥିବା ନେଇ ଅଭିଯୋଗ କରିଥିଲେ। ପୂର୍ବ ସରକାର ସମୟରେ ତିରୁପତି ଲଡୁ ତିଆରି କରିବାରେ ଖରାପ ମାନର ଉପାଦାନ ଏବଂ ପଶୁ ଚର୍ବି ବ୍ୟବହାର କରାଯାଉଥିବା ଅଭିଯୋଗ ଆଣିଥିଲେ।


ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଲଡୁରେ ଚର୍ବି ଏବଂ ଗୋମାଂସ ର ଉପାଦାନ ମିଶିଥିବା ସ୍ପଷ୍ଟ କରିଛନ୍ତି। ମାଛ ତେଲର ସନ୍ଧାନ ମଧ୍ଯ ମିଳିଥିବା କୁହାଯାଇଛି। ଗୁଜରାଟର ସେଣ୍ଟର୍ ଅଫ୍ ଆନାଲିସିସ୍ ଆଣ୍ଡ୍ ଲର୍ଣ୍ଣିଂ ଇନ୍ ଲାଇଭଷ୍ଟକ ଆଣ୍ଡ୍ ଫୁଡ୍ ବା କାଫ୍ ନାମକ ଏକ ଲାବ୍ରୋଟରିରେ ଟେଷ୍ଟ ହୋଇଥିଲା। ବର୍ତ୍ତମାନ ସମୟରେ ଏହି ଖବର ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS